ଯାଦବ ଏକତା ମଞ୍ଚର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ଧାନମଣ୍ଡି ପରିସରରେ ଯାଦବ ଏକତା ମଞ୍ଚ ତରଫରୁ ସୋମବାର ଦିନ ଶ୍ରୀଧର ବାଗଙ୍କ ସଭାପତିତ୍ବରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅଶ୍ୱିନ ତାଣ୍ଡି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ସମ୍ମାନୀତ ଅତିଥି ଭାବେ ଟିକଚନ ନାଗ ଓ ଡାକେଶ୍ୱର୍ ଲହଜଲ ମଞ୍ଚରେ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଯାଦବ ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ଲକ ସ୍ତରିୟ ଯାଦବ ଏକତା ମଞ୍ଚ ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ସର୍ବ ସମ୍ମତିକ୍ରମେ ବ୍ଲକ ଯାଦବ ଏକତା ମଞ୍ଚର ସଭାପତି ଭାବରେ ବିଶ୍ଵନାଥ ବଗର୍ତ୍ତି, ଉପ ସଭାପତି ଭାବେ ଲୋଚନ ନାଗ ଓ ଅଭିମନ୍ୟୁ ବାଗ, ସମ୍ପାଦକ ଭାବରେ କିଶୋର ଚନ୍ଦ୍ର ହଂସ, ସହ ସମ୍ପାଦକ ସୁଧୀର ରଞ୍ଜନ ବାଗ, କୋଷାଧ୍ୟକ୍ଷ ଭାବେ ସୋମନାଥ ରାଉତ ଓ ବ୍ଲକ ଯାଦବ ଏକତା ମଞ୍ଚର ଯୁବ ସଭାପତି ଭାବରେ ଭୁଜବଳ କରୁଆଁଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସେହିଭଳି ଆଞ୍ଚଳିକ ଉପଦେଷ୍ଟା ମଣ୍ଡଳୀରେ ଦେପୁର ଗ୍ରାମ ପଞ୍ଚାୟତରୁ ଚନ୍ଦ୍ରହାସ୍ୟ ବଚ୍ଛା, କଲମପୁରରୁ ଦୟାନିଧି ନାଗ, ପଣ୍ଡିଗାଁରୁ କୃଷ୍ଣଚନ୍ଦ୍ର ବାଗ, ବୋଦେଲବନ୍ଧରୁ ପିତାମ୍ବର ଖର୍ସେଲ, ବିଜମାରରୁ ଚନ୍ଦ୍ରଭାନୁ ଗହିର, ବଡ଼କୁଟ୍ରୁରୁ ସଦାନନ୍ଦ ଚନ୍ଦନ ଓ ଅନିରୁଦ୍ଧ ନାଗ, ମିନଗୁରରୁ ଚକ୍ରଧର ନାଗ, ମଣ୍ଡଳରୁ ହରେଶ୍ୱର ଗହିର, ନୂଆଗାଁରୁ ଦୁର୍ଗା ପ୍ରସାଦ ଧଙ୍ଗଡାମାଝୀ, କୋଟଗାଁରୁ ଗୋପାଳ ବାଗଙ୍କୁ ମନୋନୀତ କରାଯାଇଛି। ଏହି ଅବସରରେ ବ୍ଲକ ସ୍ତରୀୟ ମହିଳା ଯାଦବ ଏକତା ମଞ୍ଚର କମିଟି ମଧ୍ୟ ଗଠନ କରାଯାଇଥିଲା। କମିଟିର ସଭାନେତ୍ରୀ ଭାବେ ନିବେଦିତା ହଂସ, ସମ୍ପାଦିକା ମମତା ଗୋପାଳ, କୋଷାଧ୍ୟକ୍ଷ ସବିତା ବାଗଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ନବ ନିର୍ବାଚିତ କମିଟିର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନବ ନିର୍ବାଚିତ କମିଟିର ସମସ୍ତ ସଦସ୍ୟ/ ସଦସ୍ୟା ସମାଜର ହିତ ପାଇଁ ନିଷ୍ଠାପର ଭାବରେ କାମ କରିବୁ ବୋଲି ଶପଥ ପାଠ କରିଥିଲେ। ଏହି ବୈଠକରେ କଲମପୁର ଅଞ୍ଚଳର ଶତାଧିକ ଯାଦବ ମହିଳା ପୁରୁଷ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.