ନର୍ଲାରେ ଏକତା ପଦଯାତ୍ରା

ଲୌହ ମାନବଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ଭବ୍ୟ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପ୍ରଶାସନ ତରଫରୁ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ନର୍ଲା ହାଇସ୍କୁଲ ପଡିଆ ଠାରୁ ବ୍ଲକ ପର୍ଯ୍ୟନ୍ତ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡିଓ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଉପ ଜିଲ୍ଲାପାଳ ତଥା ଏଡିଏମ ତନ୍ମୟ ଦରୱାନ, ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ନର୍ଲା ହାଇସ୍କୁଲ, ସରସ୍ବତୀ ବିଦ୍ୟା ମନ୍ଦିର, ନର୍ଲା ଡିଗ୍ରୀ କଲେଜ, ଯୁକ୍ତ ଦୁଇ କଲେଜ, ମାଉଣ୍ଟେନ କିଡ୍ସ ସ୍କୁଲ ପ୍ରଭୃତି ବିଦ୍ୟାଳୟର ଛାତ୍ର ଛାତ୍ରୀ, ନେହରୁ ଯୁବକେନ୍ଦ୍ରର ସଦସ୍ୟ ବୃନ୍ଦ, ନର୍ଲାର ଯୁବ ଗୋଷ୍ଠୀ ହାତରେ ତ୍ରିରଙ୍ଗା ପତାକା ଧରି ଛାତ୍ରଛାତ୍ରୀ ଅତିଥିଙ୍କୁ ସ୍ଵାଗତ କରିଥିଲେ। ମଞ୍ଚରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଛବିରେ ମାଲ୍ୟାର୍ପଣ ପରେ ରାଷ୍ଟ୍ରୀୟ ଏକତା ବଜାୟ ରଖିବା ଓ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବା ଉପରେ ଗୁରୁତ୍ଵ ଦେବା ପାଇଁ ସମସ୍ତେ ଶପଥ ନେଇଥିଲେ। ଏହାପରେ ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ଓ ଜିଲ୍ଲାପାଳ ପତାକା ଦେଖାଇ ଏକତା ରଥକୁ ଶୁଭାରମ୍ଭ କରିଥିଲେ। ନର୍ଲା ବ୍ଲକ ପ୍ରଶାସନ ତରଫରୁ ଏବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ସରପଞ୍ଚ ତନୁଜା ହରପାଲ, ଆରଡବ୍ଲୁଏସଏସର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ବିପିସୀ ଭୋଲାନାଥ ଦାସ, ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ସୁନାମୁଦୀ, କନିଷ୍ଠ ଯନ୍ତ୍ରୀ ସୁକାନ୍ତି ବିଶ୍ଵାଳ, ସଂଯୁକ୍ତା ପାଣି, ରଞ୍ଜିତା ନାଏକ, ଏବିଇଓ ଗୋବର୍ଦ୍ଧନ ମାଝୀ, ଆରଡବ୍ଲୁଏସଏସ କର୍ମଚାରୀ ସନତ କୁମାର ନାଏକ, ଓଏଲଏମ କର୍ମଚାରୀ ସନତ କୁମାର ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନର୍ଲା କଲେଜ ଷ୍ଟାଫ ସୁମନ୍ତ ପୁଝାରୀ, ସୁଶାନ୍ତ ସାହୁ, ମୃତ୍ୟୁଞ୍ଜୟ ଚାନ୍ଦ, ଯାଦବ ସମାଜର ଯୁବ ନେତୃତ୍ଵ ପ୍ରସୁନ୍ର କୁମାର ଜାଲ (ରଞ୍ଜନ), ନେହେରୁ ଯୁବ କେନ୍ଦ୍ରର ସଦସ୍ୟ ମିଲନ ଭୋଇ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ଉପସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ, ବରିଷ୍ଠ ନେତା ମନ୍ମୟ ଚାନ୍ଦ, ସରୋଜ ବୁଦ୍ଧିଆ, ବିଷ୍ଣୁ ବଡ଼ପଣ୍ଡା ପ୍ରମୁଖ ସାଂସଦଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ୧୫୦ ମିଟରର ଜାତୀୟ ପତାକାକୁ ସାମୁହିକ ଭାବରେ ଧରି ପଦଯାତ୍ରୀ ଦଳ ନର୍ଲା ବ୍ଲକରେ ପହଞ୍ଚିବା ପରେ ବ୍ଲକ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମଞ୍ଚରେ ସାଂସଦ ଓ ଜିଲ୍ଲାପାଳ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ରାଷ୍ଟ୍ର ଭକ୍ତି ଓ ତାଙ୍କର ଦେଶ ପାଇଁ ତ୍ୟାଗ ବିଷୟରେ କହିଥିଲେ। ରାଷ୍ଟ୍ରୀୟ ଏକତା ଓ ସ୍ୱଦେଶୀ ବସ୍ତୁ ବ୍ୟବହାର ଉପରେ ସମସ୍ତେ ଗୁରୁତ୍ଵ ଦେଇ ବିଦେଶୀ ବସ୍ତୁ ବର୍ଜନ ପାଇଁ ଅନୁରୋଧ କରିଥିଲେ। ମଞ୍ଚରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.