କଳାହାଣ୍ଡି ଲେଖିକା ସଂଘର ଶୀତ କାବ୍ୟୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶୀତ ଆସିଥାଏ ବଗିଚ଼ାର କାକର ବିନ୍ଦୁରେ, ମାତା ଲକ୍ଷ୍ମୀଙ୍କ ଅର୍ଘ୍ୟ ଥାଳିରେ, କ୍ଷେତରେ ଦୋହଲୁଥିବା ଧାନର ସୁନା କେଣ୍ଡାରେ। କିଛି ଏହିଭଳି ମନ୍ତବ୍ୟ ପରଷି ଦେଇଥିଲେ କଳାହାଣ୍ଡି ଲେଖିକା ସଂଘର ‘ଶୀତ କାବ୍ୟୋତ୍ସବ’ରେ ଉପସ୍ଥିତ କବୟତ୍ରୀମାନେ। କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ସ୍ବାଧୀନ ପାତ୍ର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଯୋଗଦାନ କରିପାରିନଥିଲେ ସୁଦ୍ଧା କଳାହାଣ୍ଡି ଲେଖିକା ସଂଘର ଉତ୍ତୋରତ୍ତର ଉନ୍ନତି କାମନାର ବାର୍ତ୍ତା ପ୍ରେରିତ କରିଥିଲେ। ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସମ୍ପାଦିକା କଳ୍ପନା ରଥ। ବ୍ରହ୍ମନାଦ କବୟତ୍ରୀ ମୀନା ମୁଣ୍ଡ କରିଥିବାବେଳେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ କଣ୍ଠଶିଳ୍ପୀ ସସ୍ମିତା ରଥ। କାର୍ଯ୍ୟକ୍ରମର ମଧ୍ଯଭାଗରେ ଗାଳ୍ପିକା ସନ୍ଧ୍ଯା ରାଣୀ ବେହେରାଙ୍କ ଅନୁଭୂତିରେ କେଦାର ନାଥ ଗଳ୍ପ ସ୍ଥାନୀତ ହୋଇଥିଲା, ଏହି ଗଳ୍ପଟି ଚିତ୍ତାକର୍ଷକ ଥିଲା। ଗୁଗୁଲ ମିଟ ସହାୟତା ଯୋଗାଇ ଥିଲେ ସହ ସମ୍ପାଦିକା ମିନତି ପ୍ରଧାନ। ଧନ୍ଯବାଦ ଅର୍ପଣ କରିଥିଲେ କବୟତ୍ରୀ ଅର୍ଚ୍ଚନା ମିଶ୍ର। ବନ୍ଦେ ମାତରମ ଗାନ କରିଥିଲେ ସୁଚିସ୍ମିତା ରଥ। ଶାନ୍ତି ପାଠ କରିଥିଲେ ସ୍ନେହଲତା ଷଡଙ୍ଗୀ। କବୟତ୍ରୀ ସୁମତି ମୁଣ୍ଡଙ୍କ ସଂଯୋଜନାରେ କବୟତ୍ରୀ ମୀନା ମୁଣ୍ଡ, ବିଳାସିନୀ ମହାପାତ୍ର, ପଦ୍ମିନୀ ବେହେରା, ପ୍ରମୋଦିନୀ ପଣ୍ଡା, ମମତା ସାହୁ, ପ୍ରେମ ଶୀଳା ବେହେରା, ସୁଚିସ୍ମିତା ରଥ, କବିତା ମୁଣ୍ଡ, ମିନତି ପ୍ରଧାନ, ମମତା ପଟ୍ଟନାୟକ, ସଂଯୁକ୍ତା ମୁଣ୍ଡ, ତପସ୍ବିନୀ ପଣ୍ଡା, କଳ୍ପନା ରଥ, ସୁସ୍ମିତା ମହାପାତ୍ର, ଝରଣା ପାଢ଼ୀ, ରଶ୍ମି ରାଣୀ ରଥ, ଅର୍ଚ୍ଚନା ମିଶ୍ର,ସ୍ନେହଲତା ଷଡଙ୍ଗୀ ସୁମତି ମୁଣ୍ଡ, ସସ୍ମିତା ସାହୁ, ସୁଦେଷ୍ଣା ପଣ୍ଡା ପ୍ରମୂଖ ୨୫ରୁ ଉର୍ଦ୍ଧ୍ବ କବୟତ୍ରୀ ସ୍ବସ୍ବ ରଚିତ କବିତା ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.