ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କୌତୁକ ପନ୍ଦରଙ୍କ ମାତୃ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କୌତୁକ ପନ୍ଦରଙ୍କ ମା’ ଚନ୍ଦ୍ରିକା ପନ୍ଦରଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହେଉଥିଲା। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମାଣିକେରା ପଞ୍ଚାୟତର ଉପରନୂଆଗାଆଁ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସନ୍ଧ୍ୟାରେ ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେଇଛି। ବଡ ପୁଅ ଟଙ୍କଧର ପନ୍ଦର ଓ ସାନ ପୁଅ କୌତୁକ ପନ୍ଦର ମୁଖାଗ୍ନି ଦେଇଥିଲେ। ପାଞ୍ଚ ଝିଅ ଓ ଜ୍ବାଇଁ, ନାତି ନାତୁଣୀ ଓ ଜ୍ଞାତି କୁଟୁମ୍ବ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.