ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ପାଳିତ ହେଲା ସମ୍ବିଧାନ ଦିବସ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ୱାରା ସମ୍ବିଧାନ ଦିବସ-୨୦୨୫ ପାଳିତ ହୋଇଯାଇଛି। ଚଳିତ ବର୍ଷ ପ୍ରସଙ୍ଗ ‘ଆମ ସମ୍ବିଧାନ, ଆମ ସ୍ୱାଭିମାନ’ ଶିର୍ଷକକୁ ନେଇ ଏକ ରଙ୍ଗୋଲି ଓ ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଅଧ୍ୟକ୍ଷତା କରିଥିବା ବେଳେ ଜିଓ କେନ୍ଦ୍ରୀୟ ପରିଚାଳକ କଳାହାଣ୍ଡି ଧିରେନ୍ଦ୍ର ମୋହନ ପାତ୍ର ମୁଖ୍ୟ ଅତିଥି ଓ ଅଧ୍ୟାପକ ଶୁଶାନ୍ତ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଫାଲଗୁନୀ ପ୍ରଧାନୀ, ପୁରୀତ ରଣା, ମିକୁମିକ୍ସ ନିଆଲ, ମନ୍ଦାକିନି ପ୍ରଧାନ ଆଦି ସହଯୋଗ କରିଥିଲେ। ଅଧ୍ୟକ୍ଷ ସମସ୍ତଙ୍କୁ ସମ୍ବିଧାନ ପ୍ରସ୍ତାବନା ଶପଥ ପାଠ କରାଇଥିଲେ। କୃତି ଛାତ୍ରଛାତ୍ରୀ ଧନୁର୍ଯ୍ୟୟ ମାଝୀ, ତୁଲସା ଗଉଡ ଓ ବିଜୟ କୁମାର ଗହୀରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ୧୫୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବିଧାନ, ଭାରତୀୟତା ଓ ନାଗରିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସମ୍ବିଧାନ ଦିବସ ପାଳନ ଅବସରରେ ସଚେତନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.