ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ “ସମ୍ବିଧାନ ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି l ବିଭାଗ ମୁଖ୍ୟ ଅଧ୍ୟାପକ ସୁନୀଲ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ରଣବୀର ସିଂହ, ରସାୟନ ବିଭାଗ ମୁଖ୍ୟ ଡ଼. ତରୁଣ କୁମାର ପ୍ରଧାନ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବରେ ଏମ.ଏଲ.ଏ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଣ୍ଟାବାଞ୍ଜିର ଇଂରାଜୀ ଅଧ୍ୟାପିକା ସଂଜୀବନୀ ସୁଧା ରଥ, ବିଭାଗ ଅଧ୍ୟାପିକା ପାୟଲ ପ୍ରଧାନ, ଅଧ୍ୟାପକ ଜଳନ୍ଧର ଦୁରିଆ, ଅଧ୍ୟାପକ ରୁକଧର ଛତ୍ରିଆ ପ୍ରମୁଖ ଯୋଗଦେଇ ସମ୍ବିଧାନ ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରି, ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇ ଏକ ଉତ୍ତମ ନାଗରିକ ହେବା ନିମନ୍ତେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମରେ ଯୁକ୍ତ ତିନି ଛାତ୍ରୀ ମଞ୍ଜୁଶ୍ରୀ ପଣ୍ଡା ଅତିଥି ଆମନ୍ତ୍ରଣ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଯୁକ୍ତ ତିନି ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ଛାତ୍ରୀ ତନୁଶ୍ରୀ ବିଶି, ଶ୍ରୁତି ମଞ୍ଜରୀ ବିଶି, ପରି ଟଣ୍ଡନ, ଚର୍ଚ୍ଚିତା ନାଏକ, ଜସ୍ମିତା ପାଣ୍ଡେ, ଛାତ୍ର ଓମ ପ୍ରକାଶ ନାଏକ, କ୍ଷିତୀଶ ମେହେର, ସ୍ୱପ୍ନ ସୁନ୍ଦର ରାଉତରାୟ, ଆଶୁତୋଷ ରଥ, ସନ୍ଦୀପ ନାଏକ, ଅଚ୍ୟୁତ ବାଗ, ଡୁଳେଶ୍ୱର ପଟେଲ, ଜଗଦିଶ ବାଗ, ନରୋତ୍ତମ ବିଶି, ବସନ୍ତ ଦଣ୍ଡସେନା,ବିପିନ ବିଶି ପ୍ରମୁଖ ନିବନ୍ଧ ପାଠ ତଥା ସମ୍ବିଧାନ ଦିବସ ବିଷୟରେ ଆଲୋକପାତ କରିଥିଲେ l ଶେଷରେ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀ ପରି ଟଣ୍ଡନ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଅଧ୍ୟାପକ ଗୁଣବନ୍ତ ସାହୁ, ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ତଥା ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.