ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ବିଜମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଲକିବନ୍ଦ ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଭୁମି ପୂଜନ ଏବଂ ଶୁଭ ଖମ୍ବ ସ୍ଥାପନ କାର୍ଯ୍ୟକ୍ରମ ବୈଦିକ ବିଧି ବିଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଦୁଲକି ବନ୍ଦ, ମାଠିଆ ପଡା, ଡାକୁଲ ପଡା, ଗଡିଆଯୋର, ନୂଆପଡ଼ା, ବନ୍ଧ ପଡା, ଦଣ୍ଡେଇ ଖୋଲ, ଗଁଟିଆ ପଡା ଓ ଶ୍ରୀରାମ ନଗର ପଡ଼ାର ଶତାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ।





