ବାଲେଶ୍ୱର ଲୋକ ମହୋତ୍ସବ ସପ୍ତମ ସନ୍ଧ୍ୟା: ମହୋତ୍ସବ ଦ୍ଵାରା ବିକାଶ ସମ୍ଭବ, କହିଲେ ଅତିଥି

• ରୋଜିସ୍ କିଚେନ୍ ଓ ଜଳପରୀ ଷ୍ଟଲରେ ଦର୍ଶକ ଭିଡ଼

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଇଟିଆଇ ପଡ଼ିଆରେ ଚାଲିଥିବା ବାଲେଶ୍ୱର ଲୋକ ମହୋତ୍ସବର ସପ୍ତମ ସନ୍ଧ୍ୟା ଗତକାଲି କମିଟିର ସଭାପତି ଅସିତ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶାସକ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ରହି ଯୁବପିଢ଼ିଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବେ ସୋର ବିଧାୟକ ମାଧବ ଧଡା, ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର, ଓଡିଶା ଅଲିମ୍ପିକ ଆସୋସେସନ ସଭାପତି ସମୀର ମହାନ୍ତି, ଟିପିଏନଡିଏଲର ଜେନେରାଲ ମ୍ୟାନେଜେର ଶରତ ଚନ୍ଦ୍ର ମହାଳିକ ଉପସ୍ଥିତ ରହି ମହୋତ୍ସବ ଦ୍ବାରା ବିକାଶ ସମ୍ଭବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ଉପଦେଷ୍ଟା ବିପ୍ଳବ ମହାନ୍ତି, ଅଧ୍ୟକ୍ଷ ବିଶ୍ୱଜିତ ପରମାଣିକ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, ସହ ସମ୍ପାଦକ ରାଜେନ୍ଦ୍ର ପଟ୍ଟନାୟକ, ଆଶିଷ ସାହୁ, କାର୍ଯ୍ୟକାରୀ ସଦସ୍ୟ ଅଜୟ ପ୍ରଧାନ, ସୁରେଶ ଉପାଧ୍ୟାୟ, ସମରେଶ ସାମଲ, ଅମରେନ୍ଦ୍ର ଦାସ, ଅନୁପମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସଂପାଦକ ରାଜେଶ ମହାକୁଡ଼ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ, ଉପ ସଭାପତି ବିକାଶ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଶ୍ରୀମାନ ଶ୍ରୀଚନ୍ଦନ, ନିଶୀଥ ବାରିକ, ସତ୍ୟ ପ୍ରକାଶ ପତି, ସୌଭାଗ୍ୟ ମାନସ ନାୟକ, ତାପସ ପାଣିଗ୍ରାହୀ,ସମ୍ବିତ ବିଶ୍ୱାଳ, ଶ୍ରୀମନ୍ତ ମାଝୀ, ହ୍ରିତିକ ନାୟକ, ଝାଡ଼େଶ୍ୱର ଜେନା, ସିଲାବ ସତ୍ୟକାମ, ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

ସପ୍ତମ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଏସ୍ ଜିତୁ ସଙ୍ଗୀତ ପରିବେଷଣ କରିଥିବା ବେଳେ ଦର୍ଶକମାନେ ଏହାକୁ ବେଶ୍ ଉପଭୋଗ କରିଥିଲେ। ମହୋତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଆସି ପାଖାପାଖୂ ୩୦୦ରୁ ଅଧୂକ ଷ୍ଟଲ ଖୋଲିଥିବା ବେଳେ ଗରମାଗରମ ଖାଦ୍ୟ, ମେଳାରେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ସମାଗମ ହେଉଛି। ମୀନାବଜାର, ରାମଦୋଳି, ଜଳପରୀ ବିଶେଷ ଆକର୍ଷଣ ସାଜିଛି। ଲୋକ ମହୋତ୍ସବ ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.