ତୁଳାପଡ଼ାରେ ଅନୁଷ୍ଠିତ ହେଲା ନର୍ଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡ଼ା ମାଧ୍ୟମିକ ବିଦ୍ୟାଳୟ ପରିସରରେ ନର୍ଲା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଏବଂ ଇକୋ କ୍ଲବ ତିନୋଟି କାର୍ଯ୍ୟକ୍ରମ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପେନ୍ଦ୍ର ସୁନାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁସ୍କୁଟି ହାଇସ୍କୁଲ ପ୍ରଧାନଶିକ୍ଷକ ଅରୁଣ କୁମାର ନାଏକ, ଏବିଇଓ ଗୋବର୍ଦ୍ଧନ ମାଝି, ଏବିଇଓ ସୁଢ଼ଲ ଦେବ ମୁଣ୍ଡ, ଏବିଇଓ ସୂର୍ଯ୍ୟଦେବ ବାଗ,  ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କିଶୋର ସାହୁ, ଥୁଆପଦର ହାଇସ୍କୁଲର ପ୍ରଧାନଶିକ୍ଷକ ଦୟାନିଧି ବିହାରୀ, ବେଲଖଣ୍ଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ପୁଷ୍ପଧ୍ୱଜ ବାଗ, ସ୍ଥାନୀୟ ସରପଞ୍ଚ ମଲିହାର ପଧାନ, ସ୍କୁଲ ପରିଚାଳନା କମିଟି ସଭାପତି ଅଞ୍ଜଳି ପଧାନ, ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ସୁନାମୁଦି ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଯୋଗଦାନ କରିଥିଲେ। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ୧୨୧ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ତୁଳାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶିଲ କୁମାର ସେନାପତି ମଞ୍ଚାସୀନ ରହି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବିଚାରପତି ଭାବେ ଶିକ୍ଷକ ଜଗଦିଶ ସାହୁ, ସୁଶାନ୍ତ ଦୀପ, ଅଭୟ ଦେବତା, ତରୁଣ ମିଶ୍ର, ନିଲମ୍ବର ସରାଫ ଓ ବିରଞ୍ଚି ତାଣ୍ଡି ଯୋଗଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.