ଲଡୁଗାଁ ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ସହ ଅଧିବାସ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁଠାରେ ଚଳିତ ବର୍ଷ ଲକ୍ଷ୍ମୀ ପୂଜନୋତ୍ସବର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ ହେଉଛି। ବୁଧବାର ଠାରୁ ୫ ଡିସେମ୍ବର ପର୍ଯ୍ୟନ୍ତ ମହା ଆଡମ୍ବରରେ ଅଷ୍ଟଲକ୍ଷ୍ମୀ ପୂଜା ଅନୁଷ୍ଠିତ କରାଯାଉଛି। ଏଥି ନିମନ୍ତେ ବୁଧବାର ଅଷ୍ଟଲକ୍ଷ୍ମୀ ପୂଜାନୋତ୍ସବ ପାଇଁ କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଛି। ମଣ୍ଡପ ନିକଟରୁ ଶତାଧିକ ମହିଳା ଓ ଯୁବତୀମାନେ ସାମିଲ ହୋଇ ସ୍ଥାନୀୟ ମାନଭଙ୍ଗ ସାଗର ନିକଟରେ ପହଞ୍ଚିଥିଲେ। ସେଠାରେ ପଣ୍ଡିତ ଗୋପାଳ ଜୀ ଠାକୁରଙ୍କ ପୂଜାବିଧି ପରେ ଜଳ ପୂର୍ଣ୍ଣ କଳସ ଉଠାଇ ପୁଣି ପୂଜା ମଣ୍ଡପ କୁ ଫେରିଆସି କଳସ ସ୍ଥାପନ କରିଥିଲେ। କଳସ ଯାତ୍ରା ସମୟରେ କୋଟପାଡ଼ର ଅବତାର ଗୃପ, ଲଡୁଗାଁ ଘଣ୍ଟଦଳ, ସଂକୀର୍ତ୍ତନ ଆଦି ସାଂସ୍କୃତିକ ଦଳ ଗୁଡିକ ସାମିଲ ହୋଇଥିବା ବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ଲକ୍ଷ୍ମୀ ପୂଜାକର୍ତ୍ତା ଭାବେ ଅନୁପ କୁମାର ଅଗ୍ରୱାଲ ସ୍ବପତ୍ନୀକ ଓ ମହାଲକ୍ଷ୍ମୀ ପୂଜାକର୍ତ୍ତା ଭାବେ ବଜରଙ୍ଗ ଅଗ୍ରୱାଲ ସ୍ବପତ୍ନୀକ ଦାୟିତ୍ୱ ନିର୍ବାହ କରୁଛନ୍ତି। ଅଷ୍ଟଲକ୍ଷ୍ମୀ ପାର୍ଶ୍ଵ କର୍ତ୍ତା ଭାବେ ମୋହନ ଚରଣ ଦାସ, ସୁଧୀର କୁମାର ଦାସ, ରତି ରଞ୍ଜନ ଦାଶ, ରୂପସିଂ ଧଙ୍ଗଡାମାଝୀ, ଜିତେନ୍ଦ୍ର ମାଝୀ, ଦୀପକ ଅଗ୍ରୱାଲ, ଗଣେଶ କାଣ୍ଡି ସ୍ବପତ୍ନୀକ ଦାୟିତ୍ୱ ତୁଲାଇବେ। ଚଳିତ ବର୍ଷ ଶ୍ରୀମନ୍ଦିର ଆକୃତି ତୋରଣ ସହ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟକୁ ମଣ୍ଡପରେ ସ୍ଥାନିତ କରାଯାଇଛି। ଯାହାକି ମନଲୋଭା ସହ ଆକର୍ଷଣୀୟ ହୋଇଛି। ଲକ୍ଷ୍ମୀ ପୂଜାରେ ଲକ୍ଷ୍ମୀ ଠାକୁରାଣୀଙ୍କ ମାହାତ୍ମ୍ୟ କୁ ନେଇ କେଳିକୁଞ୍ଜ ରୂପ ଦିଆଯାଇଛି। ଏହା ବ୍ୟତୀତ ପ୍ରତି ସନ୍ଧ୍ୟାରେ ମୁକ୍ତ ରଙ୍ଗମଞ୍ଚରେ ମୁରାସୁର ବଧ ନାଟକ ମଞ୍ଚସ୍ତ ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟ କରାଯାଉଛି। କମିଟି ସଭାପତି କିଶୋର ଚନ୍ଦ୍ର ଦାସ, ଉପ ସଭାପତି ମୋହନ ଚରଣ ଦାସ, ପବନ ଅଗ୍ରୱାଲ, ସମ୍ପାଦକ କହ୍ନେଇ ଚରଣ ଦାସ,ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ, କିଶନ ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ, ଭୁପେନ୍ଦ୍ର ଦାସ ରହିଥିବା ବେଳେ ମହାଲକ୍ଷ୍ମୀ ପୂଜା ସ୍ଥାୟୀ କମିଟିର ସଭାପତି ଗଗନ ବିହାରୀ ଦାସ, ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁଦର୍ଶନ ନାଏକ, ସହ ସମ୍ପାଦକ ରୂପସିଂ ଧଙ୍ଗଡା ମାଝୀ, କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ଦାସ ପ୍ରମୁଖ ରହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.