ଆମପାଣି ଘାଟିରେ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର ମୃତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣା ଜୟପୁର ୨୬ ନମ୍ବର ଜାତୀୟ ରାଜପଥ ର କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ସିମାନ୍ତ ଆମପାଣି ଘାଟିରେ ବୁଧବାର ଏକ ଟ୍ରକ୍ ଓଲଟି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଡ୍ରାଇଭର ସତ୍ୟ ପଟେଲ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜାତୀୟ ରାଜପଥ ୨୬ ଆମପାଣି ଘାଟି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଟ୍ରକଟି ୧୫ ଫୁଟ ତଳେ ପଡିଥିବାବେଳେ ଟ୍ରକରେ ଥିବା ଡ୍ରାଇଭର ସତ୍ୟ ପଟେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଟ୍ରକରେ ଥିବା ମୃତ ଡ୍ରାଇଭରର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ସୂଚନା ମତେ ନବରଙ୍ଗପୁର ଜିଲ୍ଲା ମୈଦାଲପୁରରୁ ମକା ବୋଝେଇ ଟ୍ରକ ଲଡୁଗାଁ ଆସୁଥିଲା। ମୃତ ଡ୍ରାଇଭର ସତ୍ୟ ପଟେଲର ଘର ଧର୍ମଗଡ଼ ବ୍ଲକ ରଙ୍କାବାହଲି ବୋଲି ସୂଚନା ମିଳିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ଗୃହରେ ରଖିଛି। ଗୁରୁବାର ଶବ ବ୍ୟବଚ୍ଛେଦ ହେବା ନେଇ ଆମପାଣି ଥାନା ପକ୍ଷରୁ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.