୧୩ ଦଫା ଦାବିରେ ଝରନୀ ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ରାଜ୍ୟ ଆଦର୍ଶ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ମହାସଂଘର ଆହ୍ୱାନ କ୍ରମେ ୧୩ ଦଫା ଦାବି ନେଇ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଝରନୀ ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କ କଳା ବ୍ୟାଜ ପରିଧାନ ପୂର୍ବକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ମଙ୍ଗଳବାର ଚତୁର୍ଥ ଦିବସରେ ପହଞ୍ଚିଛି । ଏଥିସହ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଦର୍ଶ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରଦାନ, କ୍ୟାଡ଼ର ରୁଲ ପ୍ରଦାନ; ସଙ୍ଗୀତ, କ୍ରୀଡା, କମ୍ପ୍ୟୁଟର ଶିକ୍ଷକଙ୍କୁ ୪୬୦୦ ଟଙ୍କା ହାରରେ ଗ୍ରେଡ ପେ ପ୍ରଦାନ; ଓଡ଼ିଆ, ସଂସ୍କୃତ, ହିନ୍ଦୀ ବିଷୟର ପିଜିଟି ଶିକ୍ଷକ ନିଯୁକ୍ତି; ଯୁକ୍ତ ଦୁଇ କଳା ବିଭାଗ ଆରମ୍ଭ କରିବା, ଅଧ୍ୟକ୍ଷଙ୍କ ଗ୍ରେଡ ପେ ସମସ୍ୟାର ସମାଧାନ କରିବା, କିରାଣୀଙ୍କୁ ନିୟମିତ କରିବା, ଛାତ୍ରଛାତ୍ରୀଙ୍କୁ ଜେଇ, ଏନଇଇଟି ପରୀକ୍ଷାରେ ସଂରକ୍ଷଣ ପ୍ରଦାନ କରିବା ଓ ବିଦ୍ୟାଳୟକୁ ପିଏମ୍ ଶ୍ରୀ ମାନ୍ୟତା ପ୍ରଦାନ କରାଯିବା ଆଦି ଶିକ୍ଷକଙ୍କୁ ତରଫରୁ ଦାବି କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.