ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶିଶୁ କଲ୍ଯାଣ ସମିତି କାର୍ଯ୍ୟାଳୟକୁ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ପରିଚାଳିତ ଅଦ୍ଵୈକାର କିଶୋର-କିଶୋରୀମାନେ ପରିଦର୍ଶନରେ ଆସିଥିଲେ। ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ କିଶୋର ନ୍ୟାୟ ଆଇନ୍, ବାଲ୍ଯ ବିବାହ, ଶିଶୁ ଶ୍ରମିକ, ଶିଶୁ ସୁରକ୍ଷା ଉପରେ ବିଶେଷ ଭାବେ କହିବା ସହ ଶିଶୁ କଲ୍ଯାଣ ସମିତିର କାର୍ଯ୍ୟଶୈଳୀ, କାର୍ଯ୍ୟଧାରା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ବଲପୁର ପୌରାଞ୍ଚଳ, ମାନେଶ୍ଵର, ଧନକଉଡା ବ୍ଲକ ର କିଶୋର କିଶୋରୀ ଅନ୍ତର୍ଭୁକ୍ତ ଥିଲେ।





