ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାୟକ ସମ୍ବିଧାନ ଦିବସର ମହତ୍ୱ ଓ କର୍ତବ୍ୟବୋଧେ ସମ୍ପକରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇଲେ। ଇଂରାଜି ବିଭାଗର ଅଧ୍ୟାପିକା ବାସନ୍ତୀ ସାହୁ ଏବଂ ଇତିହାସ ବିଭାଗର ଅଧ୍ୟାପକ ରମେଶ ଚନ୍ଦ୍ର ଘଡ଼ାଇ ସମ୍ବିଧାନ ଦିବସର ମହତ୍ୱ ସମ୍ପର୍କରେ ଧାରଣା ଦେଇଥିଲେ। ଏଥିରେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରାଧ୍ୟାପକ ସୁଶାନ୍ତ କୁମାର ସାହୁ ପରିଚାଳନା କରି ସମ୍ବିଧାନ ଦିବସ ସମ୍ପର୍କରେ ବିଷଦ ଭାବରେ ଅବଗତ କରାଇଥିଲେ। କଲେଜର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





