ଏଓଏସସିଏଫ ତରଫରୁ ତୁଲାପଡାରେ ପାଳିତ ହେଲା ସମ୍ବିଧାନ ଦିବସ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ତୁଲାପଡା ଭୀମ ନଗର ପଡ଼ା ଠାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ (ଏଓଏସସିଏଫ) ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ସମ୍ଭିଧାନ ପ୍ରଣେତା ଡ଼ଃ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରିବା ସହିତ ସମ୍ବିଧାନ ପ୍ରସ୍ତାବନା ପଠନ କରା ଯାଇଥିଲା। ଏଓଏସସିଏଫ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଓଏସସିଏଫ ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହିଳା ବିଭାଗ ମୁଖ୍ୟ ସୁଭଦ୍ରା ସେକ ଆଜାଦ, ଏମ.ରାମପୁର ବ୍ଲକ ସଭାପତି ଦୟା ଦାନ ନାଗ, ଏମ.ରାମପୁର ବ୍ଲକ ଉପସଭାପତି ବେଣୁଧର ସୁନା, ସମାଜସେବୀ ଦିବାକର ବାଗ, ନର୍ଲା ବ୍ଲକ ଉପସଭାପତି ଶୈଳ କୁମାର, ମୁଖ୍ୟ ବକ୍ତା ବହୁ ଜନ କ୍ରାନ୍ତି ମୂର୍ଚ୍ଚା ଜିଲ୍ଲା ସଂଯୋଜକ ଲବ କରୁଆଁଙ୍କ ସମେତ ଏଓଏସସିଏଫ ନର୍ଲା ବ୍ଲକ ଯୁବ ମୁଖ୍ୟ ଦିଲଦିଓ ଘରଡ଼ା, ସମ୍ପାଦକ ଜୟ ବିଭାର, କୋଷାଧ୍ୟକ୍ଷ ପଦ୍ମନ ସେନାପତି, ଜିଲ୍ଲା ସମ୍ପାଦକ ଭିକାରି ଚରଣ ସେନା, ଶିକ୍ଷାବିତ ଭୋଦେବ ନିଆଲ, ଉପଦେଷ୍ଟା ବବ୍ରୁ ବାହାନ ବାଗ, ବୈକୁଣ୍ଠ ବାଗ, ବନମାଳୀ ତାଣ୍ଡି, ଜଗଦିଶ ବେନିଆଁ, ତୀରଣ ହରପାଳ, ସୁକାନ୍ତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏଓଏସସିଏଫ ନର୍ଲା ବ୍ଲକ ଉପସଭାପତି ନରୋତ୍ତମ କରୁଆଁ। ସଭା କାର୍ଯ୍ୟ ସରିଲା ପରେ ଶହ ଶହ ସଂଖ୍ୟାରେ ବିଶାଳ ମଟର ସାଇକେଲ ରେଲି ତୁଲାପଡାରୁ ବାହାରି ନର୍ଲାର ବେହେରା ପାଟି ପର୍ଯ୍ୟନ୍ତ ଆସିଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.