ତଳକାଳିମାରେ ଜଙ୍ଗଲି ହାତୀ ଉପଦ୍ରବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
ଲାଞ୍ଜିଗଡ଼ ବ୍ଲକ ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ ଥମିବାର ନାମ ନେଉ ନ ଥିବା ବେଳେ ବୁଧବାର ରାତ୍ରିରେ ପୁର୍ନବାର ହାତୀ ଉପଦ୍ରବ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି।
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ ତଳକାଳିମା ଗାଁରେ ପୁଣି ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ନିକଟସ୍ଥ ଜିମିରି ଜଙ୍ଗଲରେ ୧୬ ଟିକିଆ ହାତୀପଲ ରହିଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ହାତୀ ପଲ ଆସି ବିଜେପୁର ପଞ୍ଚାୟତ ତଳକାଳିମା ଗାଁର ମଦନ ମାଝୀ, ସୁନାଧାର ଗୌଡ଼, ପଦ୍ମା ଗୌଡ଼, ଡାକେ ମାଝୀ, ରୂପା ମାଝୀ ଓ ମଧୂ ମାଝୀ ଅମଳ ପାଇଁ ଗାଁ ନିକଟ ଖଳାରେ ରଖିଯାଇଥିବା ଧାନକୁ ଖାଇବା ସହ ଫିଙ୍ଗା ଫୋପଡ଼ା କରି ନଷ୍ଟ କରିଦେଇଛନ୍ତି। ବର୍ଷ ସାରା ଉକ୍ତ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢୁଥିବା ବେଳେ ଚାଷୀକୁଲ ଧାର କରଜ କରି ଧାନ ସହିତ ବିଭିନ୍ନ ଚାଷ କରିଥାନ୍ତି। ହେଲେ ବର୍ତ୍ତମାନ ଏମାନଙ୍କ ଫସଲକୁ ହାତୀ ପଲ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଏହି ଉପାନ୍ତ ଅଞ୍ଚଳରେ ସନ୍ଧ୍ୟା ହେଲେ ଜଙ୍ଗଲୀ ହାତୀ ଗାଁ ମୁହାଁ ହେଉଥିବା ବେଳେ ରାତିରେ ବିଜୁଳି କାଟ ଯୋଗୁଁ ଲୋକେ ଆହୁରି ଭୟଭୀତ ଅବସ୍ଥାରେ ରହୁଛନ୍ତି। କିନ୍ତୁ ଲୋକଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାନଯିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହିତ ବନବିଭାଗର ଅବହେଳା ଯୋଗୁଁ ଏହି ଭଲି ଘଟଣା ବାରମ୍ବାର ଘଟୁଛି ବୋଲି ଅଞ୍ଚଳ ବାସି ଅଭିଯୋଗ ଆଣିଛନ୍ତି। ଏନେଇ ବିଜେପୁର ବନପାଳ ପଦ୍ମିଲୋଚନ ଶବରଙ୍କୁ ପଚାରିବାରୁ ଅଞ୍ଚଳର ସବୁଆଡେ ହାତୀପଲ ରହିଛନ୍ତି। ଆମ ପାଖରେ ଷ୍ଟାପ କମ୍ ଅଛନ୍ତି ସେଥିପାଇଁ ଆମେ ହାତୀଙ୍କର ଗତିବିଧି ଉପରେ ନଜର ରଖିବା ସମ୍ଭବ ହେଉନାହିଁ। ଆମେ ଘଟଣାସ୍ଥଳକୁ ଯାଇ ଚାଷୀଙ୍କ ଯାହା କ୍ଷୟକ୍ଷତି ହୋଇଛି ଆକଳନ କରିଛୁ ସରକାରଙ୍କ ଯାହା ଗାଇଡ଼ଲାଇନ୍ ଅଛି ସେହି ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦେବୁ ବୋଲି ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.