ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ସମନ୍ନିତ ଶିଶୁଵିକାଶ କାର୍ଯ୍ୟାଳୟ ସମୁଖରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଲା ଘରେ ରୋଷେଇ କରୁଥିବା ସମୟରେ କିମ୍ବା ଅନ୍ୟ କୌଣସି ପ୍ରତିକୂଳ ପରିସ୍ଥିତି ରେ ଏଲପିଜି ସିଲେଣ୍ଡର ନିଆଁ ଲାଗିଲେ ଲାଗିଥିବା ସିଲେଣ୍ଡର କିଭଳି ଭାବରେ ସିଲେଣ୍ଡର ନିଆଁକୁ ସହଜରେ ଆୟତ୍ତ କରି ଲିଭେଇଵା |ଏହାକୁ ନେଇ ଆଜି ଅଗ୍ନିଶମ ବିଭାଗର ବିଜୟ କୁମାର ବେହେରାଙ୍କ ତତ୍ୱାବଧାନରେ ମକଡ୍ରିଲ ପ୍ରଶିକ୍ଷଣ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର କୈଳାଶ ସ୍ୱାଇଁ, ରମାକାନ୍ତ ସାହୁ, ଅଚ୍ୟୁତ ପ୍ରଧାନ, ବାବୁଲା ବେହେରାଙ୍କ ସହ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ସିଡିପିଓ ମମତାରାଣୀ ଦାସ ଓ ସମସ୍ତ ଅଙ୍ଗନବାଡି ସୁପରଭାଇଜର ଏବଂ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ରହିଥିଲେ |





