ଶିଶକେଲାରେ ମସଲା ପ୍ରସ୍ତୁତି ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସଇଁନ୍ତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁନ୍ତଳା ବ୍ଲକ ଶିଶକେଲା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ନାବାର୍ଡ ଭୁବନେଶ୍ୱରର ସହାୟତା ତଥା ଚକାଡୋଳା ସ୍ବେଚ୍ଛାସେବୀ ସଂସ୍ଥା ଆନୁକୂଲ୍ୟରେ ଜୀବିକା ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଅଧିନରେ ମସଲା ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଚକାଡୋଳା ସଂସ୍ଥା ସମ୍ପାଦକ ଆଶିଷ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପରିଚାଳକ ଜ୍ୟୋତିରଞ୍ଜନ ପଣ୍ଡା, ସମିତି ସଭ୍ୟ ଉମାକାନ୍ତ ରଣା, ଓଡ଼ିଶା ଜୀବିକା ମିଶନର ବିପିଏମ ସୁଧାଂଶୁ ଶେଖର ବଛା, ଏମଵିକେ ଛାୟାମଣି ରଣା, ସହକାରୀ ଉଦ୍ୟାନକୃଷି ଅଧିକାରୀ ଲଳାଟକେଶରୀ ବାଗ ଉପସ୍ଥିତ ରହିଥିଲେ |ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୬୦ ଜଣ ମହିଳା ତାଲିମ ଗ୍ରହଣ କରିଥିଲେ | ଏହି ତାଲିମ ୪୦ ଦିନ ଧରି ଚାଲିଥିଲା | ଉଦଯାପନୀ ସଭାରେ ନାବାର୍ଡ ଡିଡିଏମ ଡ. ବିବେକ କୁମାର ନାୟକ, ତାଲିମଦାତା ଅଶୋକ କୁମାର ମେହେର, ରାଜେନ୍ଦ୍ର ହୋତା ଅତିଥି ଭାବେ ଯୋଗଦେଇ ତାଲିମପ୍ରାପ୍ତଙ୍କୁ ମାନପତ୍ର ବିତରଣ କରିଥିଲେ | ପ୍ରସ୍ତୁତ ମସଲାକୁ ବଜାରରେ ବିକ୍ରି ବ୍ୟବସ୍ଥା କରାଯିବ | ତାଲିମପ୍ରାପ୍ତ ମହିଳା ଆର୍ଥିକ ଭାବେ ସ୍ୱଚ୍ଛଳ, ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଅତିଥିଗଣ କହିଥିଲେ |ଜିତେନ୍ଦ୍ରିୟ ଖମାରୀ, ଚକ୍ରାୟୁଧ ଖମାରୀ, ଟିକେନ୍ଦ୍ର ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.