ବାଲେଶ୍ୱର ଲୋକ ମହୋତ୍ସବର ନବମ ସନ୍ଧ୍ୟା : ଶକ୍ତି ମିଶ୍ରଙ୍କ ଗୀତରେ ଝୁମିଲେ ସହରବାସୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଲୋକ ମହୋତ୍ସବର ନବମ ସନ୍ଧ୍ୟାରେ ଆୟୋଜିତ ସଭାରେ ଉପସଭାପତି ସୀମନ ଦାସ ମହାପାତ୍ର ସଭାପତିତ୍ୱ କରିଥିଲେ। ଏଥିରେ ଅତିଥି ଭାବେ ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଆଲୋକ ସାହୁ, କଂଗ୍ରେସ୍ ଜିଲ୍ଲା ସଭାପତି ସତ୍ୟଶିବ ଦାସ, ବିସିଆଇସିର ସଭାପତି ସଞ୍ଜୟ ଦାସ, ପିଏନବି ଶାଖା ପରିଚାଳକ ବିଶ୍ୱଜିତ ବିଶ୍ଵାଳ, ଉପଦେଷ୍ଟା ପ୍ରକାଶ କିଶୋର ନାୟକ ଯୋଗ ଦେଇ ମହୋତ୍ସବର ଉନ୍ନତି କାମନା କରିଥିଲେ। କୋଷାଧ୍ୟକ୍ଷ ନିଶୀଥ ବାରିକ ମଂଚ ଆହ୍ବାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ବିଶ୍ୱଜିତ ପରମାଣିକ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, କାର୍ଯ୍ୟକାରୀ ସଦସ୍ୟ ଜୟରାମ ଦାସ, ମନୋରଞ୍ଜନ ନନ୍ଦୀ, ଅଜୟ ପ୍ରଧାନ, ସାଗର ଅଗ୍ରୱାଲ, ଉପେନ୍ଦ୍ର ବେହେରା,ଲମ୍ବୋଦର ବେହେରା ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ସିଲାବ ସତ୍ୟକାମ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅସିତ ଦାସ, ଶ୍ରୀମାନ ଶ୍ରୀଚନ୍ଦନ, ବିକାଶ ପାଢ଼ୀ, ଶ୍ରୀମନ୍ତ ମାଝୀ, ତାପସ ପାଣିଗ୍ରାହୀ, ସୌଭାଗ୍ୟ ମାନସ ନାୟକ, ରାଜେଶ ମହାକୁଡ଼, ସମ୍ବିତ ବିଶ୍ୱାଳ, ସତ୍ୟ ପ୍ରକାଶ ପତି,ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ହ୍ରିତିକ ନାୟକ, ଜିତେନ୍ଦ୍ର ମହାଳିକ, ଅନୁପମ ମିଶ୍ର, ସୌମ୍ୟରଞ୍ଜନ ଯାଦବ ପମୁଖ ସହଯୋଗ କରିଥିଲେ। ନବମ ସନ୍ଧ୍ୟାର କଣ୍ଠଶିଳ୍ପୀ ଥିଲେ ଶକ୍ତି ମିଶ୍ର। ତାଙ୍କ ସଂଗୀତ ଶୁଣିବା ପାଇଁ ଆଇଟିଆଇ ପଡ଼ିଆରେ ନାହିଁ ନ ଥିବା ଗହଳି ହୋଇଥିଲା। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୩୦୦ରୁ ଅଧିକ ଷ୍ଟଲ ଏଠାରେ ଖୋଲା ହୋଇଥିବା ବେଳେ ଲୋକଙ୍କର ନାହିଁ ନ ଥିବା ଗହଳି ଦେଖା ଯାଇଥିଲା। ଏଥିସହିତ ଏହି ମହୋତ୍ସବରେ ମୀନାବଜାର, ରାମଦୋଳି, ଜଳପରୀ ଆକର୍ଷଣ ସାଜିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.