ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ୬୩ ବର୍ଷୀୟା ହିଆଲ ସଉତୁଣୀ

ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ଭତ୍ତା ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର। କିନ୍ତୁ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଅନେକ ଯୋଗ୍ୟ ହିତାଧିକାରୀ ପାଇପାରୁ ନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକ ଜଗଦଲପୁର ପଞ୍ଚାୟତର ସର୍ଗୀଗୁଡ଼ା ଗାଁରେ। ଏହି ଗାଁର ହିଆଲ୍ ସଉତୁଣୀ। ତାଙ୍କୁ ୬୩ ବର୍ଷ ରୁ ଉର୍ଦ୍ଧ୍ବ ହେଲାଣି କିନ୍ତୁ ଏବେବି ବାର୍ଦ୍ଧକ୍ୟ ଭତା ପାଇବାରୁ ବଞ୍ଚିତ ଅଛନ୍ତି। ବହୁବାର ଭତ୍ତା ପାଇଁ ଆବେଦନ କରିଥିବା ବେଳେ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିବା ସହ ଆଉ କାହାକୁ ଗୁହାରି ନକରି ଭାଗ୍ୟକୁ ଆଦରି ପଡି ରହିଛି ବୋଲି କହିଛନ୍ତି ସଉତୁଣୀ। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ହିଆଲ ସଉତୁଣୀକୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇଦେବା ସହ ଏହିପରି ଯୋଜନାରୁ ବଞ୍ଚିତ ରହିଯାଇଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ପାଇଁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.