ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆଞ୍ଚଳିକ ପ୍ରତିଭାଧର କୁନି କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ସଂଗୀତ ରାମ୍ପ୍ଓ୍ଵାକ୍ ସହିତ ବାଲେଶ୍ଵର ଜିଲ୍ଲାର ରାଜ୍ୟସ୍ତରୀୟ କଣ୍ଠଶିଳ୍ପୀ ଡାକ୍ତର ଅମିତାଭ ଗିରି, ଦେବାଶିଷ ମହାନ୍ତି, ଶୁଭଶ୍ରୀ ସାହୁ, ସତ୍ୟବ୍ରତ ଜେନା, କଲ୍ୟାଣୀ ମଣ୍ଡଳ ଶୁଭ୍ରାଲିନ ନାୟକ, ରିତିକା ମହାପାତ୍ର, ରାଜେଶ ଦାସ, ସୁହାନୀ ସାଇ ଜେନା ପ୍ରମୁଖଙ୍କ ସଂଗୀତରେ ଦର୍ଶକ ଝୁମିଲେ ଏବଂ ସାତଗୋଟି ଗ୍ରୁପ ଡ୍ୟାନ୍ସ ଓ ୧୨୦ଉର୍ଦ୍ଧ ପ୍ରତିଯୋଗୀଙ୍କୁ ନେଇ ଷ୍ଟାର ନାଇଟ ଆଞ୍ଚଳିକ ପ୍ରତିଭା ବିକାଶ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସେବା ମୂଳକ କାର୍ଯ୍ୟ ଶୀତବସ୍ତ୍ର ପ୍ରଦାନ ଅନୁଷ୍ଠିତ ହୋଇଯାଇଛି।
ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ‘ସମୟର ଚକ୍ର’ କେବଳ ଏକ ପତ୍ରିକା ନୁହେଁ,ଏହା ସମାଜର ହିତ ସାଧନରେ ବୃକ୍ଷରୋପଣ, ରକ୍ତଦାନ ଶିବିର, କଳା ସାହିତ୍ୟ ସଂସ୍କୃତିକୁ ନେଇ ସାମାଜିକ ଅନୁଷ୍ଠାନ ଗଠନ କରିବା, ପ୍ରତିଭା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ବିଭିନ୍ନ କାର୍ଯ୍ୟକ୍ରମ ଦୀର୍ଘ ୧୪ ବର୍ଷ ଧରି କରି ଆସୁଛି।
ଦୀର୍ଘ ଦୁଇ ବର୍ଷ ଧରି ଆଞ୍ଚଳିକ ତାରକା, କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ତଥା ସଂଗୀତ, ନୃତ୍ୟ,ରେମ୍ପ ଓ୍ଵାକ, ଏବଂ ଗ୍ରୁପ ଡେନ୍ସ ଆଦି ଆଞ୍ଚଳିକ ପ୍ରତିଭାଧରମାନଙ୍କୁ ନେଇ ଏକ ପ୍ରତିଯୋଗିତା ଆୟୋଜନ କରି ସେମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ ସହ ସେମାନଙ୍କ ଆତ୍ମବଳ ବଢ଼ାଇବା ସହ ଉତ୍ସାହିତ କରି ଆସୁଛି। ଏହା ଉଦାହରଣୀୟ ଓ ପ୍ରଶଂସନୀୟ କାର୍ଯ୍ୟ ବୋଲି ଭୂୟସୀ ପ୍ରଶଂସା କରିଥିଲେ ଉପସ୍ଥିତ ଅତିଥି।
ସମ୍ପାଦକ ସର୍ବେଶ୍ଵର ଜେନାଙ୍କ ସଂଯୋଜନାରେ ବସ୍ତା ବିଧାୟିକା ସୁବାସିନୀ ଜେନା, ଯୁବନେତା ବିକ୍ରମ ପଣ୍ଡା, କବି ଅଭୟ ଦାସ, କବି ପ୍ରଶାନ୍ତ ଦାସ, ବରିଷ୍ଠ ସାମ୍ବାଦିକ ବିପ୍ଳବ ମହାନ୍ତି, ସମାଜସେବୀ ସୁମନ୍ତ କୁମାର ଜେନା, ସମାଜସେବୀ ବିକାଶ ପାଢୀ, ଡାକ୍ତର ମଧୁମାଳା ଗିରି, ଆଇନଜୀବୀ ଶାହିରୁଲ୍ ହକ୍, ପେଡମ୍ୟାନ ସତ୍ୟନାରାୟଣ ନାୟକ, ଅରୁଣାଂଶୁ ପାଣିଗ୍ରାହୀ, କାବ୍ୟଶିଳ୍ପୀ ସର୍ବେଶ୍ଵର ଦାଶ, ସିମନ ଦାସ ମହାପାତ୍ର, ଚିତ୍ରଶିଳ୍ପୀ କେଶୁ ଦାସ, ଲୁଲୁ ମିନତି ସେଠୀ, ମିତା ପଟ୍ଟନାୟକ, ଶାନ୍ତନୁ ପଟ୍ଟନାୟକ, ଆଶ୍ରିତା ତରାଇ କାଳିକିଙ୍କର ଦାଶ, ବେଣୁଧର ଦାସ, ଶରତ ଚନ୍ଦ୍ର ମିଶ୍ର, ଅରବିନ୍ଦ ଶତପଥୀ, ସୁଶାନ୍ତ କୁମାର ବେହେରା, ମନୋଜ କୁମାର ନାୟକ, ସୋମନାଥ ବିଶ୍ଵାଳ, ସୁବାସ ଦାସ, ସ୍ମୃତି ରଞ୍ଜନ ସ୍ଵାଇଁ, କମଳାକାନ୍ତ ଦାଶ, ସତ୍ୟେନ୍ଦ୍ର ଦାସ, ମିନତୀ ଦାସ ପ୍ରମୁଖ ଦିବସ ବ୍ୟାପି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ।
ଏହି ଅବସରରେ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳା ସାହିତ୍ୟ ସଂସ୍କୃତି ଶିକ୍ଷା ସାମାଜିକ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଇମାମି ପେପର ମିଲ୍ସ ଲିମିଟେଡ ସୋଜନ୍ୟରୁ ୫୦ରୁ ଉର୍ଦ୍ଧ୍ବ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା।

ସମସ୍ତ କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ଅଭୟ ସାହୁ, ରୋନାଲିସା ପଣ୍ଡା, ମନୋଜ ମୁଖି, କୁମାରିକା ନାୟକ, ଅନୁପମ ମିଶ୍ର, ଅନୁରାଗ ବସୁ, ଗୁରୁପ୍ରସାଦ ଦାସ, କୈଳାଶ ଜେନା, ଅଜିତ ଦେବ, ବାବୁ ସାର୍, ସଂଗୀତ ଗୁରୁ ଅମରେଶ କୁମାର ପାତ୍ର, ସମରେନ୍ଦ୍ର ମହାପାତ୍ର, ଆଙ୍କର୍ ଶ୍ରୀତମ ପାଣିଗ୍ରାହୀ, କମୋଲ ମଲ୍ଲିକ, ସମାଜସେବୀ କାର୍ତ୍ତିକ ଚନ୍ଦ୍ର ସାହୁ, ରତିକାନ୍ତ ଦାସ, ଲଳିତ କୁମାର ପଟ୍ଟନାୟକ, ଦେବଜିତ ବାରିକ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା। ଶେଷରେ ସମ୍ପାଦିକା ସତ୍ୟଭାମା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





