ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସହର ସ୍ଥିତ ମାଝି ପଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଖେଳକୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ଆଚାରୀ ଶବର ଯୋଗଦେଇ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଦୃଷିକେଶ ନାଏକ ଏବଂ ଜଗଦୀଶ ଚ଼ନ୍ଦ୍ର ମୁଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ସହ ଖେଳକୁଦ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଜତା ପଣ୍ଡା ପିଲାମାନଙ୍କୁ କ୍ରିଡ଼ା ଆମ ପାଇଁ କେତେ ଆବଶ୍ୟକ ସେନେଇ ବିସ୍ତାର ରୂପରେ ଅବଗତ କରାଇଥିଲେ। କାର୍ଯକ୍ରମ ଆରମ୍ଭ ପୂର୍ବରୁ ବିଦ୍ୟାଳୟ ନିକଟରେ ଥିବା ଠାକୁରାଣୀ ମାଁ ଗଙ୍ଗାଦୀ ମନ୍ଦିରରୁ ଛାତ୍ରଛାତ୍ରୀମାନେ ମଶାଳ ଯାତ୍ରାରେ ବାହାରିଥିଲେ। ଏହି ଯାତ୍ରାଟିକୁ ପରିଚାଳନା କରିଥିଲେ ସି.ଆର.ସି.ସି ପ୍ରଫୁଲ ଠାକୁର, ଶିକ୍ଷୟତ୍ରୀ ସୌଦାମିନୀ ମିଶ୍ର ଓ ସୁବାସୀନି ଦାସ। ଏହାପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟାର ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର, ରାଜଶ୍ରୀ ରଥ, ସସ୍ମିତା ପଟ୍ଟନାୟକ, ପ୍ରମିଳା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





