ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଗାଁରେ ସୁନ୍ଦର କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମଧୁସୂଦନ ମାଝୀ ଓ ନିରୁପମା ମାଝୀ କର୍ତ୍ତା ଏବଂ କୁନା ଆଚାର୍ଯ୍ୟ ପୂଜକ ଦାୟିତ୍ୱ ତୁଲାଇଥିଲେ | ସୀମା ସତପଥି (ବଲାଙ୍ଗିର) ବ୍ୟାସ ରହିଥିଲେ |ସଂଗୀତାଂଶେ ତବଲାରେ ଦିଲୀପ ସାହୁ, ଅର୍ଗାନ- ରମାକାନ୍ତ ପୁଟେଲ, ପ୍ୟାଡ଼- ରୋଶନ ସାହୁ, ନାଗରା- ସତ୍ୟ ପଧାନ ଓ ପାଳିଆରେ ଦୀପା ହେର୍ଣ୍ଣା ସହାୟତା କରିଥିଲେ | ହନୁମାନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଶିବ ଠାକୁର| ଲକ୍ଷ୍ମୀ ମାଝି, ବିଦୁଭୁଷଣ ମାଝି, ପିଣ୍ଟୁ ମାଝି, ଗୀତାଞ୍ଜଳି ମାଝି, ରେବତୀ ମାଝି, ସଙ୍ଗୀତ ମାଝି, ରଞ୍ଜିତା ମାଝି, କମଳ ଭୂଏ, ମୁରାରୀ ମାଝୀ, ରାଜେନ୍ଦ୍ର ମାଝି, ମହେନ୍ଦ୍ର ଭୂଏ, କବିରାଜ ବଗର୍ତ୍ତି, ବାପୁନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | କେନ୍ଦୁଉଡ଼ାର ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ |





