ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା; ଯୋଗଦେଲେ କେ.ଭି. ସିଂଦେଓ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ର ଚତୁର୍ଥ ଦିବସ ର ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ଯକ୍ରମ କୁ ଉଦ୍ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଶ୍ରୀ ସିଂଦେଓ ଙ୍କୁ କଳାକାର ଏବଂ ଜନସାଧାରଣ ଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖାଯାଇଥିଲା ।

Omkar Vasthu
Omkar Vasthu

ଏହି ସାଂସ୍କୃତିକ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସିଂଦେଓ ଯୋଗ ଦେଇ କଳାକାର ମାନେ କଳା ମାଧ୍ୟମ ରେ ହୁନର ଦେଖାଇବା ଏକ ମାଧ୍ୟମ ହେଉଛି ଜିଲ୍ଲା ମହୋତ୍ସବ ।

Pearl dental clinic
Near Ashish Medical Store, Bhawanipatna

ସହରର ସ୍ୱର୍ଣୀମ ତ୍ରିଭୁଜ ମେଗା ତଥା ଐତିହାସିକ ପ୍ରକଳ୍ପ ଖୁବ୍ ଶୀଘ୍ର ଭିତ୍ତପ୍ରସ୍ତର ସ୍ଥାପନ ହେବା ସହ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନର ଦୃତ ବିକାଶ ଓ ଚାଷୀ ମାନଙ୍କ ଧାନ କିଣାବିକା ସମସ୍ୟା ର ସମାଧାନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର କରିବେ ବୋଲି ଜିଲ୍ଳାବାସୀ ତଥା ରାଜ୍ୟ ର ଚାଷୀ କୁଳଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ।

Udyog Nursery
Udyogi Nursery

ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ବରେଣ୍ୟ ଅତିଥି ଭାବରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ମାନ୍ୟବର ପୂର୍ବତନ ନ୍ୟାୟଧିଶ ଉଚ୍ଚ ନ୍ୟାୟାଳୟ କଟକ ଯୋଗ ଦେଇ ଆମର ସଂସ୍କୃତି, ଆମ ଭାଷା, ଆମ ସଂସ୍କାର କୁ ନେଇ ଆଗକୁ ବଢିବାର ଅଛି।

ଶ୍ରୀ ଗୋପାଳଜୀ ମହାପ୍ରଭୁ ଙ୍କ ପୁନଃ ପ୍ରତିଷ୍ଠା ଉତ୍ସବ କୁ ଭବ୍ୟ କରିବା ଓ ପୂର୍ବ ଗୌରବ କୁ ଫେରାଇ ଆଣିବା ବିଷୟ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ ରଖୁଛୁ । ଏହି ମନ୍ଦିର ତଥା ଜିଲ୍ଲା ର ପର୍ଯ୍ୟଟନ ବିକାଶ ପାଇଁ ବଡ ଅନୁଦାନ ଜିଲ୍ଲାବାସୀ ଆଶା କରୁଛନ୍ତି ।

ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗ ଦେଇ ସମଗ୍ର ଜିଲ୍ଲାର ବିକାଶ ପାଇଁ ମୁଁ ସର୍ବଦା ଉଦ୍ୟମ ଜାରି ରଖିଥିବା କହିଥିଲେ । ଭୀମଭୋଇ କଳା ପରିଷଦର କଳାକାରଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ଆଜିର ସାଂସ୍କୃତିକ ମଞ୍ଚରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଓରମାସ ର ଉତ୍ପାଦ କେଟଲକ୍ ଓ ଆମକୁ ସୁନ୍ଦର ଆମ ସୋନପୁର ଭିଡିଓ ଲୋକାର୍ପଣ କରାଯାଇଥିଲା । ସଭା ସଂଯୋଜନା ପ୍ରଦ୍ୟୁମ୍ନ ସାହୁ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଲୁଣ୍ଡା ବ୍ଲକ କଳା ସଂସ୍କୃତି ସଂଘ ର ମା ମେଟାକାନୀ ଘୁଡ଼କା ନୃତ୍ୟ, ସୋନପୁର ବ୍ଲକ କଳା ସଂସ୍କୃତି ସଂଘ, ସ୍ଵର୍ଣ୍ଣ ଶିଖା ସୋନପୁର, ପଶ୍ଚିମବଙ୍ଗ ବଙ୍ଗୀୟ ସନାତନୀ ସଂସ୍କୃତି ପରିଷଦ, ସାନ ବଡ ଘୁଡକା କୃଷ୍ଣ ପ୍ରିୟା କଳା ପରିଷଦ, କଳାହାଣ୍ଡି ନୃତ୍ୟ ପ୍ରଭା, ବୌଦ୍ଧ ପ୍ରଣାମ ନୃତ୍ୟ ଅନୁଷ୍ଠାନ, ପଦମପୁର ସଙ୍ଗୀତ ସମିତି, ବିନିକା ମା ମାହେଶ୍ୱରୀ ସାଂସ୍କୃତିକ ସଂସଦ, ହରିୟଣା ର ଫାଗ ଝୁମର, କୋରାପୁଟ କୋଟପାଡ଼ କଳା ପରିଷଦ କେନ୍ଦ୍ର ଓ ଆଦର୍ଶ ଆଦିବାସୀ ନୃତ୍ୟ କଳା ଅନୁଷ୍ଠାନ ର କଳାକାର ଙ୍କ ଦ୍ଵାରା ପରିବେଷିତ ଗୀତ ନାଚ କୁ ଉପଭୋଗ କଲେ ଅଗଣିତ ଦର୍ଶକ ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ, ପଲ୍ଲୀଶ୍ରୀ ମେଳା ଓ ଫୁଡ୍ କୋର୍ଟରେ ୩୦ ହଜାର ରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.