ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପରିସରରେ ଶ୍ରୀମଦ ଭାଗବତ ପାରାୟଣ ରବିବାର ଷଷ୍ଠ ଦିବସରେ ପହଞ୍ଚିଛି | ଏଥିରେ ଗୌନ୍ତିଆ ଅନ୍ତର୍ଯ୍ୟାମୀ ରାଜପଲିଆ, ପ୍ରମଦା ରାଜପଲିଆ କର୍ତ୍ତା, ଗଣେଶରାମ ଠାକୁର ପୂଜକ ଦାୟିତ୍ୱ ତୁଲାଉଛନ୍ତି | ଗଡ଼ଶଙ୍କର ଡୁଙ୍ଗୁରିପାଲିର ଅଞ୍ଜନ କୁମାର ନାୟକ ବ୍ୟାସ ରହିଛନ୍ତି | ସୁଦାମା ଦାରିଦ୍ର୍ୟ ଭଞ୍ଜନ ପ୍ରସଙ୍ଗ ପଠନ ଅବସରରେ ଖୋଲା ମଞ୍ଚରେ କଳାକାରଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇଥିଲା | ଅନ୍ତର୍ଯ୍ୟାମୀ ରାଜପଲିଆ ଶ୍ରୀକୃଷ୍ଣ ଭୂମିକାରେ, ପ୍ରମଦା ରାଜପଲିଆ- ରୁକ୍ମିଣୀ ଓ ଅକ୍ଷୟ ସୁଆର ସୁଦାମା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ |ସଂଗୀତାଂଶେ ତବଲାରେ ଯୋଗୀରାଜ ବିଶି, କି ପ୍ୟାଡ଼- ସୁଦର୍ଶନ ଭୋଇ ଓ ପ୍ୟାଡ଼ରେ ବିକାଶ ପୁରୋହିତ ସହାୟତା କରିଥିଲେ | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ବେଳେ ଟିକ୍ରାପଡ଼ା ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଛି |





