ଅଗ୍ନିକାଣ୍ଡରେ ତିନି ଚାଷୀଙ୍କ ୧୦୦ ପକେଟ୍ ଧାନ ଜଳି ଭସ୍ମିଭୂତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ବିଷମକଟକ ଗ୍ରାମ ପଞ୍ଚାୟତର ଢ଼େପାଗୁଡା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଧାନ ଖୋଲାରେ ସଞ୍ଚୟ କରି ରଖିଥିବା ୧୦୦ ପକେଟ୍ ଧାନ ହଠାତ୍ ନିଆଁରେ ପଡ଼ି ଜଳିଯାଇଛି,ଯାହା ଫଳରେ ଚାଷୀମାନେ ଭାରି କ୍ଷତିର ସମ୍ମୁଖୀନ ହୋଇଛନ୍ତି।ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡଟି କିପରି ଘଟିଲା—ଆକସ୍ମିକ ଭାବେ ନା କେହି ଉଦ୍ଦେଶ୍ୟ ପୂର୍ବକ ନିଆଁ ଲଗାଇଛି ତାହାରି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ। ଏହି ଘଟଣାରେ ବିଷମକଟକ ଅଞ୍ଚଳର ତିନି ଜଣ ଚାଷୀ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ହେଲେ ଶିବ ପ୍ରସାଦ ବେହେରା,ତ୍ରୀପତି ବେହେରା ଓ ରାଧା କୃଷ୍ଣ ବେହେରା।ଖବର ପାଇ ବିଷମକଟକ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିଶମ ବିଭାଗର ତୁରନ୍ତ କାର୍ଯ୍ୟଦକ୍ଷତା ଫଳରେ ବିଫୁଳ କ୍ଷତି ରୋକା ଯାଇପାରିଥିଲା। ଘଟଣା ପରେ କ୍ଷତିଗ୍ରସ୍ତ ଚାଷୀମାନେ ପ୍ରଶାସନଙ୍କ ପକ୍ଷରୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ସେଥିସହ ଅଗ୍ନିକାଣ୍ଡର କାରଣ ନେଇ ସଠିକ୍ ତଦନ୍ତ କରାଯିବାକୁ ମଧ୍ୟ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.