ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସ ଖେଳ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ମିନି ଷ୍ଟାଡିୟମ ରେ ଚାଲିଛି ପ୍ରଜ୍ଞା ଓ ଯଶୋ ମେମୋରିଆଲ ଫୁଟବଲ ପ୍ରତିଯୋଗିତା। ବୁଧବାର ଏହାର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦ୍ୱିତୀୟ ଦିନ ଖେଳ ଧର୍ମଗଡ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏକ ଚିତ୍ତାକର୍ଷକ ମ୍ୟାଚରେ ଟିଟିଲାଗଡ ଧର୍ମଗଡକୁ ଖେଳର ପ୍ରଥମାର୍ଦ୍ଧରେ ଦୁଇଗୋଟି ଏବଂ ଦ୍ଵିତୀୟାର୍ଦ୍ଧରେ ଦୁଇଗୋଟି ଏଭଳି ଚାରିଗୋଟି ଗୋଲ ଦେଇ ବିଜୟୀ ଘୋଷିତ ହୋଇଥଲା।ଟିଟିଲାଗଡ଼ ଦଳ ୪/୦ ଗୋଲରେ ଧର୍ମଗଡ଼କୁ ଧରାଶାୟୀ କରି ସେମିଫାଇନାଲରେ ପ୍ରବେଶ କରିଛି। ଆଜି ଏହି ଦଳ ପ୍ରଥମ ସେମିଫାଇନାଲ ଖେଳରେ କଣ୍ଟାବାଞ୍ଜି ଦଳକୁ ଭେଟିବ। ଯୁବ ଉଦ୍ୟୋଗପତି ବିମଲ କୁମାର କେଡିଆ ଓ ଯୁବନେତା ପ୍ରଦୀପ କୁମାର ନାଏକ ଅତିଥିଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଧର୍ମଗଡ ଓ ଟିଟିଲାଗଡ ମ୍ୟାଚକୁ ସନ୍ତୋଷାନନ୍ଦ ନାଏକ, ସୁରେଶ ନାଏକ ଓ ଶ୍ରବଣ ବାଗ ରେଫାରୀ ଭାବରେ ପରିଚାଳନା କରିଥିବା ବେଳେ ମ୍ୟାଚ କମିଶନର ଭାବରେ ନାରାୟଣ ପଧାନ ମ୍ୟାଚ ପରିଚାଳନା କରିଥିଲେ। ଆୟୋଜକ ଏସ୍କନ କ୍ଲବର ସମ୍ପାଦକ ସୁମନ୍ତ ପୂଝାରୀ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ଦୀପୁ ପାତ୍ର, ବଣ୍ଟୁ ଚାନ୍ଦ, ପିଣ୍ଟୁ ନାଗ, କିଶୋର ମାଝୀ, ତ୍ରୀଲୋଚନ ଗଉଡ଼, ପ୍ରଦୀପ ସାହାଣୀ, କୁଲୁ ଚାନ୍ଦ, ଲକ୍ଷ୍ମଣ ମାଝୀ, ପୂର୍ଣ୍ଣ ପୂଝାରୀ, ବବଲୁ ନାଗ, ମିଲୁ ସେଠୀ, ସୁଧିର ରାଉତ, ପୂର୍ବତନ କ୍ରୀଡାବିତ ଧରଣୀଧର ଧଙ୍ଗଡାମାଝି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.