ଆଙ୍କୁଲା ସମବାୟ ସମିତିର ଧାନ ମଣ୍ଡି ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଙ୍କୁଲା ସମବାୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଖରିଫ ଧାନମଣ୍ଡି‌କୁ‌‌ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ‌ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି। ଚ଼ାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ସମ୍ଭବ‌ ଏବଂ ଚ଼ାଷ ଓ ଚ଼ାଷୀଙ୍କୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚ଼ିଲିକା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ଉତ୍ପଳ ପାଇକରାୟ, ପ୍ରଭାତ ହରିଚନ୍ଦନ, ପ୍ରଭାତ ମାନ୍ଧାତା, ବାସୁଦେବ ପାଇକରାୟ, ପ୍ରସନ୍ନ ଛୋଟରାୟ, ସମିତିର ସଭାପତି, ସମ୍ପାଦକ, ସମିତିର କର୍ତ୍ତୃପକ୍ଷ ଓ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.