ବେଦାନ୍ତ କମ୍ପାନୀ ଚ୍ୟାରମେନଙ୍କ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ବିୟୋଗରେ ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କ ପକ୍ଷରୁ ଶୋକସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ଚ୍ୟାରମେନ ଅନୀଲ ଅଗ୍ରୱାଲଙ୍କ ପୁତ୍ର ଅଗ୍ନିବେଶ ଅଗ୍ରୱାଲଙ୍କ ୪୯ ବର୍ଷ ବୟସରେ ବିୟୋଗ ଘଟିଛି। ତାଙ୍କୁ କିଛି ଦିନ ତଳେ ଦୁର୍ଘଟଣାରେ ଗଭୀର ଆଘାତ ଲାଗିଥିଲା। ଗତ ୭ ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଯାହା ଫଳରେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ତଥା ଲାଞ୍ଜିଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହାକୁ ନେଇ ଆଜି ଲାଞ୍ଜିଗଡ଼ ଅଞ୍ଚଳବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲାଞ୍ଜିଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ଲାଞ୍ଜିଗଡ଼ ଓ ଆଖପାଖ ଅଞ୍ଚଳବାସୀ ଏକତ୍ରୀତ ହୋଇ ସ୍ବର୍ଗତ ଶ୍ରୀ ଅଗରୱାଲଙ୍କ ଆତ୍ମାର ସଦଗତି କାମନା କରି ପୁଷ୍ପମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ବରିଷ୍ଠ ଆଇନଜୀବୀ ରଘୁନାଥ ମହାଖୁଡ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ସୁବାଷ ଚନ୍ଦ୍ର ଅଗ୍ରୱାଲ,  ଲିଙ୍ଗା ମାଝୀ, ଭଗବାନ ହୋତା, ସୁବାଷ ମହାପାତ୍ର, ରାଜେନ୍ଦ୍ର ମାଳି, ଶ୍ରୀମୁଖ ଅଗସ୍ତି, ଶ୍ରୀବତ୍ସ ତାଣ୍ଡି, ଶଙ୍କର ପରିଡା, ଲଷ୍ମୀ ଚଣ୍ଡୀ, ଚନ୍ଦ୍ରମଣି ମହାଖୁଡ, କୀର୍ତ୍ତି ପୁଷ୍ଟି, ନରେନ୍ଦ୍ର ବେହେରା, ପରମାନନ୍ଦ ନାଏକଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.