ବାଘାଯତୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ଙ୍ଗୀ ସ୍ଥିତ ବାଘାଯତୀନ ସରକାରୀ ଉଚ୍ଚ ବିଦ୍ୟାଳୟ, ୨୦୨୫–୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ସମାରୋହର ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସତ୍ୟରଞ୍ଜନ ଭୁୟାଁ। ତାଙ୍କ ଭାଷଣରେ ସେ ଛାତ୍ରଛାତ୍ରୀମାନଙ୍କୁ କେବଳ ଭଲ ଛାତ୍ର ନୁହେଁ, ବରଂ ଭଲ ମଣିଷ ହେବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବାଲେଶ୍ଵର ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋକୁଳ କୃଷ୍ଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ପ୍ରତ୍ୟେକ କାର୍ଯ୍ୟରେ ସକାରାତ୍ମକ ଚିନ୍ତାଧାରା (Positive Affirmation) ରଖିବାକୁ ପରାମର୍ଶ ଦେଇଥିଲେ ଏବଂ ଏହା ଜୀବନର ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଇଞ୍ଜିନିୟର ପ୍ରଦୀପ କୁମାର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ନିଜ ରୁଚିକ୍ଷେତ୍ରକୁ ଚିହ୍ନଟ କରି ସେଥିରେ ମନୋନିବେଶ ସହିତ ଆଗକୁ ବଢ଼ିବାକୁ ଓ ଶ୍ରେଷ୍ଠତା ଅର୍ଜନ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟାନ୍ୟ ଅତିଥି ଓ ବକ୍ତାମାନଙ୍କ ମଧ୍ୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗୋପୀନାଥପୁର ପ୍ରଧାନଶିକ୍ଷକ ଶ୍ରୀ ହରିପଦ ଭୁୟାଁ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ପୁଲିନ ଚନ୍ଦ୍ର ଘୋଷ ଓ ଶ୍ରୀ ଜୟନ୍ତ କୁମାର ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ। ସାଧାରଣ ସଭାରେ ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତିର ସଦସ୍ୟ ଶ୍ରୀ ହାଡିବନ୍ଧୁ ପରିଡା, ଶ୍ରୀ ଦାମୋଦର ଦାସ, ଶ୍ରୀ ବାବୁରାମ ଦାସ, ଶ୍ରୀ ଉତ୍ସବ ଜେନା ଓ ଶ୍ରୀ ରବିନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମର ସଫଳ ପରିଚାଳନାର ଦାୟିତ୍ୱ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିକାଶ କୁମାର ରାଉଳ ନିଜେ ନେଇଥିଲେ। ବରିଷ୍ଠତମ ସହାୟକ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ସଂସ୍କୃତ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ଅଗସ୍ତି ପାଠ କରିଥିଲେ ଓ ସହାୟକ ଶିକ୍ଷୟିତ୍ରୀ ଶ୍ରୀମତୀ ସୌମ୍ୟା ଗିରି ଧନ୍ୟବାଦ ଜ୍ଞାପନ କରିଥିଲେ। ବିଦ୍ୟାଳୟର ଅନ୍ୟ ସହକାରୀ ଶିକ୍ଷକ ଶ୍ରୀମତୀ ଝରଣା ନାୟକ , ଶ୍ରୀମତୀ ରାଜଶ୍ରୀ ପ୍ରିୟଦର୍ଶିନୀ ରାଉତ ଓ କ୍ରୀଡା ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ ସହଯୋଗ କରିଥିଲେ। ଏହି ସମାରୋହରେ ଅନେକ ପ୍ରସିଦ୍ଧ ଶିକ୍ଷାବିଦ୍‌ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ ଓ ସାର୍ଥକତା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ତଥା ପ୍ରଧାନ ଶିକ୍ଷକ ନିଜେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.