ରେଣ୍ଡୋ ମାଝୀ ମଞ୍ଚରେ ଲାଞ୍ଜିଗଡ଼ର କୃତୀ କରାଟେ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଦ୍ଵିତୀୟ ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷଙ୍କୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଳକର କରାଟେ ଛାତ୍ରଛାତ୍ରୀ ମାନେ ୨୦୨୫ ଡିସେମ୍ବର ଓଡ଼ିଶାର ଭୁବନେଶ୍ଵର ଠାରେ ଅନୁଷ୍ଠିତ ୧୫ତମ ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କେଡ଼େଡ଼ ଓ ଜୁନିୟର ବାଳିକା ବର୍ଗରେ ଅର୍ପିତା ବାଡ଼ତିଆ କୁମିତେ (ଫାଇଟିଂ) ରେ ୧ ସ୍ୱର୍ଣ୍ଣ,ବାଳକ ବର୍ଗରେ ହିତେଶ ମହାଖୁଡ଼ କାତାରେ ୨ଟି ସ୍ୱର୍ଣ୍ଣ ଓ କୁମିତେ (ଫାଇଟିଂ)ରେ ୧ ସ୍ୱର୍ଣ୍ଣ,କିରନ ବେମାଲ କାତାରେ ୧ ସ୍ୱର୍ଣ୍ଣ , ଗଙ୍ଗାଧର ମଲ୍ଲିକ କୁମିତେ (ଫାଇଟିଂ)ରେ ୧ ସ୍ୱର୍ଣ୍ଣ ଓ କାତାରେ ୧ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଥିବା ୪ ଜଣ କରାଟେ ପ୍ରତିଭାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.