ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବନ ବିଭାଗରେ କାର୍ଯ୍ୟରତ ରେଞ୍ଜର ଚନ୍ଦନ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି | ରାତି ପ୍ରାୟ ୯ଘଣ୍ଟା ସମୟରେ ରେଞ୍ଜର ଏକ କାର (ଓଡ଼ି ୧୦ଆର-୦୬୯୩) ଯୋଗେ କଲ୍ୟାଣସିଂହପୁର ଠାରୁ ରାୟଗଡ଼ା ଅଭିମୁଖେ ଯାଉଥିଲେ | ସେହି ସମୟରେ କୋୖଣସି କାରଣ ବଶତଃ କାରଟି ଭାରସାମ୍ୟ ହରାଇ କୋଲନରା ବ୍ଲକ ରାମପୁର ଗ୍ରାମ ନିକଟରେ ଏକ ଗଛରେ ପିଟି ହୋଇଥିଲା | ସ୍ଥାନୀୟ ଲୋକେ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଚାନ୍ଦିଲି ଥାନା ପୋଲିସ କୁ ସୂଚନା ଦେଇଥିଲେ | ଚାନ୍ଦିଲି ଥାନା ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଥିବା ବେଳେ ଶ୍ରୀ ଗମାଙ୍ଗଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି |





