ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶ୍ରୀପାଲି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ତରଫରୁ ଆରମ୍ଭ ହେଲା ପାନୀୟ ଜଳ ଯୋଗାଣ । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ୩୭ ଗୋଟି ସ୍ଥାନରେ ଚାଲିଥିଲା ଇନଟେକ ୱେଲ ଓ ଗଭୀର ନଳକୂପ ଜରିଆରେ ଓଭରହେଡ ପାଣିଟାଙ୍କି ମାଧ୍ୟମରେ ଚାଲିଥିଲା ପାନୀୟ ଜଳ ଯୋଗାଣ । ଏଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିହୋଇ ଏବେ ଶ୍ରୀପାଲି ଗ୍ରାମରେ ଆରମ୍ଭ ହେଲା ସ୍ୱଚ୍ଛ ପାନୀୟ ଜଳ ଯୋଗାଣ । ଆଗରୁ ଏହି ଗ୍ରାମରେ ପାନୀୟ ଜଳର ସମସୟା ଲାଗି ରହୁଥିଲା । ମାଟିତଳେ ପଥର ଚଟାଣ ରହୁଥିବାରୁ ନଳକୂଅ ଖୋଳାଗଲେ ମଧ୍ୟ ପାଣି ବହୁତ କମ ବାହାରୁଥିଲା । ଫଳରେ ଖରାଦିନେ ଲୋକେ ପାନୀୟ ଜଳ ମୁନ୍ଦିକ ପାଇଁ ଅନେକ ହଇରାଣ ହରକତ ହେଉଥିଲେ । ଏବେ ଶ୍ରୀପାଲି ଗ୍ରାମକୁ ଟ୍ରେଲରଅନ କରାଯାଇ ପରୀକ୍ଷା ମୂଳକ ଭାବରେ ପାଣି ଛଡାଯାଉଛି । ଏଠାରେ ୨ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଭୂତଳ ପାଣିଟାଙ୍କି ଓ ୧ ଲକ୍ଷ ୫୦ ହଜାର ଲିଟର କ୍ଷମତା ସମ୍ପନ୍ନ ଓବରହେଡ ପାଣିଟାଙ୍କି ନିର୍ମାଣ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଛି । ଶ୍ରୀପାଲିର ଏହି ପ୍ରକଳ୍ପ ଜରିଆରେ ପଦମପୁର ଗାନ୍ଦୁଲପଡା, ନୂଆପଡା, ଚଚରାପଡା, ତାଲପଡା ଓ ଗୁମୁରଣାପଡାକୁ । ଏହି ପ୍ରକଳ୍ପ ଜରିଆରେ ଉପରୋକ୍ତ ପଡା ମାନଙ୍କର ୧୫୦୦ ରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେଉଥିବା ଜଣାପଡିଛି । ଉତେଇ ନଦୀ ଶଯ୍ୟାରେ ଇନଟେକ ୱେଲ ନିର୍ମାଣ କରାଯାଇ ପାଣିଟାଙ୍କି ଜରିଆରେ ଶ୍ରୀପାଲି ଗାଁକୁ ସ୍ୱଚ୍ଛ ପାନୀୟ ଜଳ ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଇଥିବାରୁ ଅଞ୍ଚଳବାସୀ ଜନସାଧାରଣ ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିପାଇଁ ନର୍ଲା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ସହକାରୀ ଯନ୍ତୀ ସୁରେନ୍ଦ୍ର ସୁନାନୀ ଓ କନିଷ୍ଠ ଯନ୍ତୀ ପ୍ରଭାତ ସେଠୀଙ୍କ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ଜଣାପଡିଛି ।





