ସୁଦ୍ଧାନନ୍ଦ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ବାଗପୁରର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବାଗପୁର ଠାରେ ସୁଦ୍ଧାନନ୍ଦ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ (ଏସଜିଆଇ)ର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନ୍ନା), ସମ୍ମାନିତ ଅତିଥି ଭାବରେ ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ଆଶୁତୋଷ ପ୍ରଧାନ, ନର୍ଲା ଥାନାର ଅତିରିକ୍ତ ଆଇଆଇସି ଏସ ପ୍ରଧାନ, ଉସ୍ତାଦ ବିସମିଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ କଳାକାର ସର୍ବେଶ୍ୱର ଭୋଇଙ୍କ ସମେତ ଏଚଜିଆଇର ଚେୟାରମ୍ୟାନ ସୁନୀଲ ପଟ୍ଟନାୟକ, ସ୍କୁଲର ପ୍ରିନସିପାଲ ଶ୍ରୀମତୀ ରୋଜାଲିନ, ଏସଜିଆଇ ଗ୍ରୁପର ଡିନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଏସଜିଆଇ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଶିକ୍ଷାବିତ ମନୋଜ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ସ୍କୁଲର ପ୍ରିନ୍ସପାଲ ରୋଜାଲିନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.