ଓଡ଼ିଆ ବାର୍ତ୍ତା/ ନୟାଗଡ଼: ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ନୟାଗଡ଼ର ୨୧ତମ ବାର୍ଷିକ ଉତ୍ସବ ଗୋସାଇଁ ନୂଆଗାଁ ଗୋପାଳକୃଷ୍ଣ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ଗଂଜାମ ଜିଲ୍ଲା ଦଣ୍ଡକାଳୀ ମହାସଂଘ ସଭାପତି ବ୍ରଜ ସୁନ୍ଦର ମଳିକ, ଗଂଜାମ ସଂଘ ସଭାପତି ଦିଲିପ କୁମାର ସାମନ୍ତରା, ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଉପଦେଷ୍ଟା ବିଜୟ କୁମାର ସାହୁ, ମୀନକେତନ ମହାପାତ୍ର, ନୟାଗଡ଼ ସଭାପତି ଭିମସେନ ବେହେରା, ଧ୍ରୁବ କୁମାର ପ୍ରଧାନ ମଂଚାସିନ ଥିଲେ। ସଂଘ ସଚିବ ଆଚାର୍ଯ୍ୟ ସଂପାଦକୀୟ ବୀବରଣୀ ପାଠ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ନୂତନ ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଥିଲା। ପରେ ସୁରଥ ଚନ୍ଦ୍ର ପ୍ରଧାନ, ବ୍ରଜ ସୁନ୍ଦର ମଳିକ, ବିଜୟ କୁମାର ସାହୁ, ମୀନକେତନ ମହାପାତ୍ର ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଚିତ୍ରାଳୟ କର୍ମଚାରୀ ଚିତ୍ତରଞ୍ଜନ ଦଳାଇ, ତେଜରାଜ ପ୍ରଧାନ, ଉତ୍ତରାଶି ପ୍ରଧାନ, ବଳରାମ ନାହାକ, କବିରାଜ ପ୍ରଧାନ, ମୂରଲୀଧର ଦାସ, ଟୁନା ଜେନା ଓ ଶିବରାମ ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା। ସଂଘ ୨୧ ବର୍ଷ ଧରି ଦୃଢ଼ତାର ସହିତ ରହିଥିବାରୁ ସଂଘକୁ ଭୂୟସୀ ପ୍ରଶଂସା କରାଯାଇଛି। ଦଣ୍ଡନାଚରେ ଅଶ୍ଳୀଳ ବିହିନ ସାମାଜିକ ନାଟକ ପରିବେଷଣ ପାଇଁ ଅନୁମତି ଦେବାକୁ ସଂଘ ତରଫରୁ ପ୍ରଶାସନଙ୍କୁ ନିବେଦନ କରାଯାଇଥିଲା। ଶେଷରେ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।





