ସୁଶୀଲ ନାଏକ ହେଲେ ଜୟପାଟଣା କଂଗ୍ରେସ କମିଟି ସଭାପତି ମନୋନୀତ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ତରଫରୁ ସମସ୍ତ ବ୍ଳକ ଏନ୍ ଏ ସି ଏବଂ ପୋରାଞ୍ଚଳ ର ସଭାପତି ନାମ ଘୋଷଣା କରାଯାଇଥିବା ବେଳେ ଜୟପାଟଣା ବ୍ଲକ କଂଗ୍ରେସ କମିଟିର ନୂତନ ସଭାପତି ଭାବରେ ସୁଶୀଲ ନାଏକଙ୍କୁ ମୋନୋନୀତ କରାଯାଇଛି। ସେ ଜଣେ ଦକ୍ଷ ଅଭିଜ୍ଞ ରାଜନେତା ହେଇଥିବାରୁ ତାଙ୍କୁ ସଭାପତି କରିଥିବା ରୁ ବ୍ଳକ କଂଗ୍ରେସ କର୍ମକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେ ଗତ ସାଧାରଣ ନିର୍ବାଚନରେ ଦଳୀୟ ସଂଗଠନ କୁ ସୃଦୃଢ଼ କରିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଦଳ ପ୍ରତି ନିଷ୍ଠା ତ୍ୟାଗ ଓ କାର୍ଯ୍ୟନିର୍ବାହ ପାଇଁ ଜିଲ୍ଲା ତରଫରୁ ସଭାପତି ଭାବରେ ଦାୟିତ୍ଵ ଦିଆଯାଇଛି। ଏହି ଦାୟିତ୍ବ ମିଳିବା ପରେ ବ୍ଳକ କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.