ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ କ୍ଳଷ୍ଟର ସଂଯୋଜକ ମାନଙ୍କୁ ନେଇ ଏକ ସମ୍ମିଳନୀ ବିଶ୍ଵନାଥପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୁଷଣ ସାହୁ ଉପସ୍ଥିତ ଥିଲେ। ବିଦ୍ୟାଳୟ ସ୍ତରରେ କିପରି ଉତ୍ତମ ପୋଷଣ ପାଇବେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ କିପରି ଗୁଣାତ୍ମକ ଶିକ୍ଷା ପାଇବା ସହ ଛାତ୍ରଛାତ୍ରୀ ମାନଙ୍କର ଉତ୍ତମ ସ୍ବାସ୍ଥ୍ୟ ସହ ଉତ୍ତମ ପୃଷ୍ଟି ପୋଷଣ ପାଇବେ ଏନେଇ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ୧୩ ଗୋଟି ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଓ ୪୫ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜର ନିଜର ମତ ରଖିଥିଲେ। ଲାଞ୍ଜିଗଡ଼ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ମେହେର ସରକାରୀ ଚାକିରିଆଙ୍କ ସେବା ନିୟମ, ଶିକ୍ଷକ ଶିକ୍ଷୟତ୍ରୀ ମାନେ କିପରି ଛୁଟି ନେବେ ସେହି ନିୟମ ବିଷୟରେ ବିସ୍ତୃତି ଭାବରେ କହିଥିଲେ। ଯେପରି ସିଏଲ୍, ଇଏଲ୍, ଏଚ୍ଏଏଲ୍ଏଫ୍ ସିଏଲ୍ ସମସ୍ତ ପ୍ରକାରର ସର୍ଭିସ୍ ନିୟମ ବିଷୟରେ ବୁଝାଇ ଥିଲେ। ଏହି କର୍ମଶାଳା ଆଗାମୀ ଦିନରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଓ ପରେ ପରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହେବ ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ମେହେର ପ୍ରକାଶ କରିଛନ୍ତି।





