ଲାଞ୍ଜିଗଡ ସମବାୟ ସମିତି ଧାନ ମଣ୍ଡିରେ ପଡିରହିଛି ୧ ହଜାର ୬୦୦ କ୍ୱିଣ୍ଟାଲ ଧାନ : ୪ ଘଣ୍ଟା କାଳ ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ଧାନ ମଣ୍ଡିରେ ବର୍ତ୍ତମାନ ପଡିରହିଛି ୧ ହଜାର ୬୦୦ କ୍ୱିଣ୍ଟାଲ ଧାନ। ବାରମ୍ବାର ଚାଷୀଙ୍କ ଅଭିଯୋଗ ସତ୍ତ୍ୱେ ବି ଟାର୍ଗେଟ ଥାଇ ମଧ୍ୟ ମିଲର୍ସମାନଙ୍କ ମନମାନି ଯୋଗୁଁ ମଣ୍ଡିରୁ ଉଠୁନାହିଁ ଧାନ। ଏଣୁ ଟୋକନ ସମୟ ଶିମା ଶେଷ ହେବା ଆଶଙ୍କାକୁ ନେଇ ଲାଞ୍ଜିଗଡ-ମୁନିଗୁଡା ମୂଖ୍ୟ ରାସ୍ତା ୪ ଘଣ୍ଟା କାଳ ଅବରୋଧ କରିଥିଲେ ୬ ଗୋଟି ପଞ୍ଚାୟତର ଶତାଧିକ ଚାଷୀ।ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ଅଧୀନରେ ଥିବା ମଣ୍ଡିରେ ଚଳିତ ବର୍ଷ ଖରିପ ଋତୁର ଧାନ ବିକିବା ପାଇଁ ୬ ଗୋଟି ପଞ୍ଚାୟତର ଚାଷୀ ପଞ୍ଜିକୃତ କରିଥିଲେ।ଗତ ୨୦ ଡିସେମ୍ବରରେ ମଣ୍ଡି ଆରମ୍ଭ ହୋଇଥିଲା ବେଳେ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଟୋକାନ ସମୟସୀମା ରହିଥିବା ୧୫୯ ଜଣ ଚାଷୀଙ୍କଠାରୁ ୬ ହଜାର ୧୧୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଅବଶିଷ୍ଟ ୨୫୦ ଚାଷୀଙ୍କ ମଧ୍ୟରୁ ୨୨ ଜଣ ଚାଷୀଙ୍କ ୧ ହଜାର ୬୦୦ କ୍ୱିଣ୍ଟାଲ ଧାନ ଏବେ ମଣ୍ଡିରେ ପଡିରହିଛି।ଅଧିକାଂଶ ଚାଷୀଙ୍କ ଟୋକନ ସମୟ ସୀମା ୨ ରୁ ୪ ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି। ବର୍ତ୍ତମାନ ଦୀର୍ଘ ଦିନ ହେଲା ଶୀତ କାକରରେ ମଣ୍ଡିରେ ପଡି ରହିଛନ୍ତି ଚାଷୀ। ଏବେ ସମବାୟ ସମିତି ଧାନ ମଣ୍ଡିରେ ଏବେ ୧ ହଜାର ୬୦୦ କ୍ୱିଣ୍ଟାଲ ଧାନ ପଡି ରହିଥିବା ବେଳେ ବାରମ୍ବାର ଚାଷୀଙ୍କ ଅଭିଯୋଗ ସତ୍ତ୍ୱେ ବି ଟାର୍ଗେଟ ଥାଇ ମଧ୍ୟ ମିଲର୍ସମାନେ ମଣ୍ଡିରୁ ଉଠାଉ ନାହାନ୍ତି ଧାନ। ଏହାକୁ ନେଇ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଟୋକନ ସମୟ ଶିମା ଶେଷ ହେବା ଆଶଙ୍କାକୁ ନେଇ ଆଜି ସକାଳୁ ୭ ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ୬ ଗୋଟି ପଞ୍ଚାୟତର ଶତାଧିକ ଚାଷୀ ଲାଞ୍ଜିଗଡ-ମୁନିଗୁଡା ମୂଖ୍ୟ ରାସ୍ତା ୪ ଘଣ୍ଟା କାଳ ଅବରୋଧ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।ଖବର ପାଇ ଲାଞ୍ଜିଗଡ଼ ପୋଲିସ ଏସଆଇ ଢୋଳାମଣି ବିଶି ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଚାଷୀ, ଲାଞ୍ଜିଗଡ଼ ସମବାୟ ସମିତି ଓ ମିଲର୍ଷଙ୍କ ସହିତ ଆଲୋଚନା କରି ଆସନ୍ତା ୪ ଦିନ ମଧ୍ୟରେ ଧାନ ଉଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହା ପରେ ପ୍ରାୟ ୪ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ଆସନ୍ତା ୪ ଦିନ ମଧ୍ୟରେ ଧାନ ଉଠାନ ଗଲେ ପୁଣି ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ୬ଗୋଟି ପଞ୍ଚାୟତର ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.