ତୋଷଳ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପକ୍ଷରୁ ପାଳିତ ହେଲା ବାର୍ଷିକ ‘ତୋଷଳ ଉତ୍ସବ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ତେନ୍ତୁଳିଆ ନଗରସ୍ଥିତ ତୋଷଳ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ (TOMS)ର ବାର୍ଷିକ ଉତ୍ସବ ‘ତୋଷଳ ଉତ୍ସବ’ ଗତ ରବିବାର ଦିନ ବେଶ୍ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ପରିସର ଉତ୍ସବ ମୁଖର ହୋଇ ଉଠିଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ଗୀତ ଓ ନାଟକ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହି ନେଇଥିଲେ। ଶିକ୍ଷା ସହିତ ସଂସ୍କାରର ସମନ୍ୱୟକୁ ନେଇ ପ୍ରସ୍ତୁତ କାର୍ଯ୍ୟକ୍ରମଗୁଡ଼ିକ ଦର୍ଶକମାନଙ୍କ ମଧ୍ୟରେ ବିଶେଷ ପ୍ରଶଂସା ଭାଜନ ହୋଇଥିଲା।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଏସପି ନିର୍ମଳା ଗୋଚ୍ଛାୟତ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବରେ କବି ପ୍ରଶାନ୍ତ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଅରୁଣ କୁମାର ଦାସ, ଅଧ୍ୟାପକ ସୁବାସ ଦାସ, ଗୁରୁଗୌରବ ଡ଼ ରବୀନ୍ଦ୍ର ବିଶ୍ୱାଳ, ଶିକ୍ଷକ ପ୍ରତିନିଧି ହରେକୃଷ୍ଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ରାଉତ। ଏଥିରେ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଅତିଥି ମାନେ ନିଜ ନିଜ ଉଦବୋଧନରେ ଶିକ୍ଷା ସହ ନୈତିକ ମୂଲ୍ୟବୋଧ ଓ ସଂସ୍କାରର ଆବଶ୍ୟକତା ଉପରେ ଜୋର୍ ଦେବା ସହ କେମିତି ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଏନସିଇଆରଟି (Ncert) ପାଠ୍ୟକ୍ରମ ଦ୍ୱାରା ପାଠ ପଢା ଯାଉଛି ତାହା ସେ ଦର୍ଶାଇଥିଲେ।

ଏହି ଅବସରରେ ବିଭିନ୍ନ ପରୀକ୍ଷା ଓ କ୍ରୀଡ଼ାରେ ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଶ୍ରେଷ୍ଠ ଶିକ୍ଷକ ମାନଂକୁ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ସୁଶାନ୍ତ ରାଉତ ତାଙ୍କ ଭାଷଣରେ ବିଦ୍ୟାଳୟର ଲକ୍ଷ୍ୟ ଓ ଶିକ୍ଷା ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ତାଙ୍କର ଜୀବନର ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ଅତିଥି, ଅଭିଭାବକ ଓ ଶିକ୍ଷକମାନଙ୍କ ସହଯୋଗ ପାଇଁ ବିଦ୍ୟାଳୟ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.