ଦାମୋଦର ଉଚ୍ଚ ବିଦ୍ୟାପୀଠ ତୁଳାପଡାର ବାର୍ଷିକ ଉତ୍ସବ ଓ ମକ୍ ପାର୍ଲ୍ୟାମେଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ସରକାରୀ ଦାମୋଦର ଉଚ୍ଚ ବିଦ୍ୟାପୀଠ ତୁଳାପଡାର ବାର୍ଷିକ ଉତ୍ସବ ଓ ମକ୍ ପାର୍ଲ୍ୟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦାନ କରି ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ସୁନାନୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ଯୋଗଦାନ କରି ଥିବା ବେଳେ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା  ଲିଲି ଦୀପ, ବାଗପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବରୁଣ ନାଏକ, ସମାଜସେବୀ ମନମୋହନ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବିମଲ ରାସବିହାରୀ  ପ୍ରଧାନ ଓ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ଯୋଗଦାନ କରି ଶିକ୍ଷା, ଶିକ୍ଷକ ଏବଂ ଶିକ୍ଷାୟତନ ଉପରେ ଗଭୀର ଆଲୋକପାତ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନେ ମକ୍ ପାର୍ଲ୍ୟାମେଣ୍ଟ ପ୍ରସ୍ତୁତ କରିଥିଲେ। ଅପରାହ୍ନ ଅଧିବେସନରେ ଅତିଥିମାନଙ୍କ ଦ୍ବାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସନ୍ତୋଷାନନ୍ଦ ନାୟକ। ଏହି କାର୍ଯ୍ୟକ୍ରମକୁ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ କର୍ମଚାରୀ ସ‌ହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.