ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ ମୁଖ୍ୟ ଅତିଥି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି ମୁଖ୍ୟ ବକ୍ତା, ସରପଞ୍ଚ ତିଳୋତ୍ତମା ବାଗ, ୱାର୍ଡ଼ ସଭ୍ୟା ପଦ୍ମିନୀ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଭୋଇ ବାର୍ଷିକ ବିବରଣୀ ପାଠ କରିଥିଲେ |ସହକାରୀ ଶିକ୍ଷକ ଗୌରାଙ୍ଗ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ |ସଭା ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା | ଜିତେନ୍ଦ୍ର ଭୋଇ, ସୁନୀଲ ଟପ୍ପୋ, ମଧୁସ୍ମିତା ମହାପାତ୍ର, ନିରାକାର ବୁଡ଼େକ, ପ୍ରକାଶ ପୃଷ୍ଟି, କମିଟି ସଭ୍ୟ ସଭ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ |





