ଏଡିଇଓ ତପିମମଣି ଜାନୀଙ୍କୁ ବୁରଟ କ୍ଲଷ୍ଟର ତରଫରୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଗୋହିରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୁରାଟ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତରଫରୁ ନର୍ଲା ବ୍ଲକ ବିଇଓରୁ କଳାହାଣ୍ଡି ଏଡିଇଓ ପଦବୀକୁ ପଦୋନ୍ନତି ପାଇଥିବା ତପିମଣି ଜାନୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବରିଷ୍ଠ ଶିକ୍ଷକ ହରିଅର୍ଜୁନ ସିଂଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ଏଡିଇଓ ତପିମଣି ଜାନୀ, ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ଅନ୍ୟତମ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ, ବରିଷ୍ଠ ଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ। କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀ ଜାନୀଙ୍କ ସହ ମିଶି କାର୍ଯ୍ୟ କରିଥିବା ମୂହୁର୍ତ୍ତ ମାନଙ୍କୁ ମନେ ପକାଇ ତାଙ୍କ ସହଯୋଗ ମନୋଭାବ, ନିଷ୍ଠାପର ସେବା, ପାଇଁ ଉଚ୍ଚ ପ୍ରଶଂସା କରିଥିଲେ। ଫୁଲ ତୋଡା, ଉପଢ଼ୌକନ ଓ ପ୍ରଶଂସା ପତ୍ର ସହ ଶ୍ରୀ ଜାନୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ଜାନୀଙ୍କ ସମ୍ମାନ ଉଦ୍ଦେଶ୍ୟରେ କବି କ୍ଷିତିଶ ଚନ୍ଦ୍ର ମାଝୀଙ୍କ ଏକ କବିତା ପାଠ କରାଯାଇଥିଲା। ସଭା କାର୍ଯ୍ୟ ପରିଚାଳନା କରିଥିଲେ ଗୋହିରାପଦର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ପଣ୍ଡା। ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ କବିତା ଗୌଡ, ସମାଜସେବୀ ଖୁଲୁରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.