ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସାଧାରଣତନ୍ତ୍ର ଦିବସ ଳରେ ଲୋକ ଭବନରେ ହେବାକୁ ଥିବା ଆଟ୍ ହୋମ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯୁବ ଶିଳ୍ପପତି ନିମନ୍ତ୍ରିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ରେ ଥିବା ହରି ପ୍ରିୟା ରିଫ୍ରାକ୍ଟରିଜ୍ ର ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁଙ୍କୁ ଲୋକ ଭବନରୁ ଏହି ନିମନ୍ତ୍ରଣ ଆସିଛି । ଶ୍ରୀ ସାହୁ ଧାନ ମିଲରୁ ନିର୍ଗତ ବର୍ଜ୍ୟ ବସ୍ତୁକୁ ଏକ ଉତ୍ପାଦ ଭାବେ ତିଆରି କରି ବିଦେଶକୁ ରପ୍ତାନୀ କରିବାରେ ସଫଳ ହୋଇ ପାରିଛନ୍ତି । ତାଙ୍କରି ଏହି ଉଦ୍ୟମକୁ ନେଇ ଦେଶ ବିଦେଶରେ ସେ ଚର୍ଚ୍ଚିତ ରହି ଆସିଛନ୍ତି । ଲୋକ ଭବନର ନିମନ୍ତ୍ରଣ ପାଇ ସେ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ତାଙ୍କୁ ଏହି ସ୍ୱତନ୍ତ୍ର ନିମନ୍ତ୍ରଣ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।





