ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୋଗ ଶିବିର : ବିଶିଷ୍ଟ ଯୋଗଗୁରୁ ସ୍ବାମୀ ପରମାର୍ଥ ଦେବ ଦେଲେ ମାର୍ଗଦର୍ଶନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାର କ୍ରୀଡ଼ା ପ୍ରାଙ୍ଗଣରେ କଳାହାଣ୍ଡି ଜିଲ୍ଲା ପତଞ୍ଜଳି ଯୋଗ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ୨୦ ଜାନୁଆରୀରୁ ୨୨ ଜାନୁଆରୀ ଯାଏଁ ଚାଲିବ ବୋଲି ଜଣାପଡିଛି।

ଏଥିରେ ଦେଶର ବିଶିଷ୍ଟ ଯୋଗଗୁରୁ ସ୍ବାମୀ ରାମଦେବଙ୍କ ପରମ ଶିଷ୍ୟ ସ୍ବାମୀ ପରମାର୍ଥ ଦେବ ଯୋଗ ଦେଇ ଯୋଗୀ ଭାଇଭଉଣୀ ତଥା ଛାତ୍ରଛାତ୍ରୀମାନଙ୍କୁ ଯୋଗର ମହତ୍ତ୍ଵ ତଥା ବର୍ତ୍ତମାନ ସମୟରେ ଆବଶ୍ୟକତା ଉପରେ ଆଲୋକପାତ କରେଇଛନ୍ତି।

ଯୋଗ ଦ୍ୱାରା ଶରୀର କିପରି ସୁସ୍ଥ ରହିବ ତଥା ସ୍ୱଦେଶୀ ଆପଣେଇବାକୁ ସେ ଉଦବୋଧନ ଦେଇଛନ୍ତି। ପ୍ରତ୍ୟହ ସକାଳ ସାଢେ଼ ପାଞ୍ଚଟାରୁ ସାଢେ଼ ସାତଟା ପର୍ଯ୍ୟନ୍ତ ଏହି ଯୋଗ ଶିବିର ଜାରି ରହିଛି। ଏହି ଶିବିରରେ ଯୋଗ ଶିକ୍ଷା, ସତସଙ୍ଗ, ଭଜନ କୀର୍ତ୍ତନ, ରାଷ୍ଟ୍ର ନିର୍ମାଣ ଆଲୋଚନା ଉପରେ ଗୁରୁତ୍ୱାରୋପ କରାଯାଇଛି।

କାର୍ଯ୍ୟକ୍ରମକୁ ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ରାଜ୍ୟ ଯୋଗ ପ୍ରଭାରୀ ରାଧାମାଧବ ବହିଦାର, କିଷାନ୍ ସେବା ସମିତି ପ୍ରଭାରୀ ସ୍ୱୟଂପ୍ରକାଶ ଜୀ, ରାଜ୍ୟ କାର୍ଯ୍ୟାଳୟ ପ୍ରଭାରୀ ସୂର୍ଯ୍ୟକାନ୍ତ ଜୀ, ଜିଲ୍ଲା ସଂରକ୍ଷକ ଶିଶିର କୁମାର ପଟ୍ଟଯୋଶୀ, ବିଶିଷ୍ଟ ଯୋଗଗୁରୁ ତଥା ଜିଲ୍ଲା ପ୍ରଭାରୀ ଡ. ନିହାରେନ୍ଦ୍ର ପଣ୍ଡା, ଭାରତ ସ୍ୱାଭିମାନ ଟ୍ରଷ୍ଟ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମୁଣ୍ଡ, ବରିଷ୍ଠ କର୍ମକର୍ତ୍ତା ଗଜେନ୍ଦ୍ର ପ୍ରସାଦ ପାଢ଼ୀ, କିଷାନ୍ ସେବା ସମିତି ଜିଲ୍ଲା ପ୍ରଭାରୀ ନାରାୟଣ ମୁଣ୍ଡ, ଯୁବ ପ୍ରଭାରୀ ଶୁଭ୍ରାଂଶୁ ନନ୍ଦ, ସହ ପ୍ରଭାରୀ ଶୁଭ୍ରାଂଶୁ ସାହୁ, ହେମନ୍ତ ମିଶ୍ର, ହେମନ୍ତ ମୁଣ୍ଡ, ଜୟନାରାୟଣ ବାବୁ ପ୍ରମୁଖ ପରିଚାଳନା କରିଥିଲେ।

ଏଥିରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ସହସ୍ରାଧିକ ଆଗ୍ରହୀ ବ୍ୟକ୍ତିବିଶେଷ ଯୋଗ ପ୍ରତି ଆକୃଷ୍ଟ ହୋଇ ସାମିଲ ହେଉଛନ୍ତି।

ବ୍ରଜବିହାରର ଶତାଧିକ ଛାତ୍ରଛାତ୍ରୀ ଶିବିରରେ ସକ୍ରିୟ ଯୋଗଦାନ କରିଥିଲେ। ଏହି ଅବସରରେ ବାଲାଜୀ ବିହାର ପରିସରରେ ପ୍ରତ୍ୟହ ସନ୍ଧ୍ୟାରେ ସ୍ବାମୀ ପରମାର୍ଥ ଦେବଙ୍କ ଦ୍ଵାରା ପ୍ରବଚନ ଓ ସତସଙ୍ଗ କାର୍ଯ୍ୟକ୍ରମ ମଧ୍ୟ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.