ଦୁଲକିବନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା କଳମପୁର ବ୍ଳକ ଅନ୍ତର୍ଗତ ଦୁଲକିବନ୍ଦ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଖା ସାମସୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବରେ କଳମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡାଙ୍ଗି ଯୋଗଦେଇ ଥିବା ବେଳେ ଖଲିଆଭଟ୍ଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ କଲମପୁର ଜିଲ୍ଲା ପରିଷଦ ସଭ୍ୟା ଦୁତିକା ମାଝୀ, ବିଜମରା ଗ୍ରାମ ପଞ୍ଚାୟତ ସରପଞ୍ଚ ବାଳକୃଷ୍ଣ ଧଙ୍ଗଡା ମାଝି, କଲମପୁର ମଙ୍ଗଲ ଅଧିକାରୀ ଆଶିଷ ପଣ୍ଡା, କନିଷ୍ଠ ଯନ୍ତ୍ରୀ ପିତିମ୍ବର ହେମ୍ବ୍ରମ, ଏସ ଏମ୍ ସି ଅଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ଶବର, ପିଜିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରମାକାନ୍ତ ନାୟକ, ଅବସରପ୍ରାପ୍ତ ଶିକ୍ଷକ ସୁଶିଲ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଜ୍ଞାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ଛତ୍ରିଆ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଟଙ୍କଧର ଧଙ୍ଗଡା ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.