ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପି ଏଚ ଡିଭିଜନ ର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ) ଭବାନୀପାଟଣା ଏକ ଲାଞ୍ଚ ମାମଲାରେ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ ହୋଇଛନ୍ତି। ପ୍ରକାଶ ଥାଉକି ଗତ ୨୦୧୬ ମସିହାରେ ଜନୈକ ଠିକାଦାର ବାହାଦୁରବଗିଚା ପଡାର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ଙ୍କ ଠାରୁ ଠିକା କରିଥିବା ଏକ ବିଲ ମଞ୍ଜୁର କରିବା ପାଇଁ ଟ.୪୦,୦୦୦ଙ୍କା ଦାବୀ କରିଥିଲେ। ଏହି ବିଷୟକୁ ଭବାନୀପାଟଣା ଭିଜିଲାସନ୍ସଙ୍କ ଜରିଆରେ କୋରାପୁଟ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ କୋରାପୁଟ ଭିଜିଲାସନ୍ସ କେସ ନମ୍ବର ୦୫/୨୦୧୬ ରୁଜୁ କରାଯାଇ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେହି ମାମଲାରେ ଭିଜିଲାସନ୍ସ ବିଭାଗ ତରଫରୁ ଅଭିଯୋଗ ପତ୍ର ମାନ୍ୟବର ଭିଜିଲାସନ୍ସ କୋର୍ଟରେ ଦାଖଲ କରାଯାଇଥିଲା। ସେହି ମାମଲାରେ ୧୦ ଜଣ ସାକ୍ଷୀ ମାନଙ୍କ ବୟାନ ଆଧାରରେ ଆଜି ସ୍ୱତନ୍ତ୍ର ଭିଜିଲାସନ୍ସ ବିଚାରପତି ବଦ୍ରି ନାରାୟଣ ନନ୍ଦ ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ମରଣ ଶଙ୍କର ମିଶ୍ର ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାକୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ପି ଏଚ ଡିଭିଜନ ଭବାନୀପାଟଣାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ସା ପରିଚାଳନା କରୁଥିଲେ।





