ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କିଡିଙ୍ଗ ଗାଁ ଠାରେ ଜାତୀୟ ଖାଦ୍ୟ ତୈଳ ବିହନ ମିଶନ ଅଧୀନରେ ଚାଷୀଙ୍କ ପାଇଁ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ କୃଷି ଅଧିକାରୀ ପ୍ରବୀଣ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଭବାନୀପାଟଣା ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ରର ସହଯୋଗୀ ନିର୍ଦ୍ଦେଶକ ଡ଼ଃ ଭବାନୀ ଶଙ୍କର ନାୟକ,ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ରର ପ୍ରଜନନ ବୈଜ୍ଞାନିକ ଡଃ ସୁଭଶ୍ରୀ ଦାସ, ଯୋଜନା ଅଧିକାରୀ ବିଶ୍ଵନାଥ ମହାପାତ୍ର, ଏଡିଓ ଶିଶିର କୁମାର ବିଷୋୟୀ, କୃଷି ମାପ ବୈଜ୍ଞାନୀକ ତାପସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ୫୦ଜଣ ତୈଳ ବୀଜ ଚାଷୀ ମାନଙ୍କୁ ଉନ୍ନତ ମାନର ବିହନ,ଆଧୁନିକ ଚାଷ ପ୍ରଣାଳୀ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ଲାଞ୍ଜିଗଡ଼ ବ୍ଲକ କୃଷି ଅଧିକାରୀ ଶ୍ରୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମ୍ୟ କୃଷି ପରିଦର୍ଶକ ଭାସ୍କର ମାଝୀ, କୃଷକ ସାଥି ଗଣେଶ ଶବର, କେ ରୋଶନ ବର୍ମା ନେପାଳ ଶବର, ଅନଙ୍ଗ ପଧାନ, ଇଶ୍ଵର ବଗର୍ତ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ।





