ଦେବୀ ବୀଣାପାଣି: ବିଦ୍ୟାଦାତ୍ରୀ, ବୁଦ୍ଧି, ସିଦ୍ଧି ଓ ମୁକ୍ତିଦାତ୍ରୀ

ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ସରସ୍ୱତୀ ଶବ୍ଦ ସରସ (ଗତି, ପ୍ରବାହ) ଓ ବତୀ (ଅଛି, ମାନା) ଶବ୍ଦରୁ ଆସିଅଛି, ଏହାର ଅର୍ଥ ଗତିଶୀଳା ଯାହା ପ୍ରଗତିର ସୂଚକ। ସେ ସ୍ରୋତସ୍ୱତୀ ପରି ପ୍ରବହମାନା, ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା। ମା ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା। ମା ସରସ୍ୱତୀ, ମା ଲକ୍ଷ୍ମୀ ଓ ମା କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର।

Omkar Vasthu
Omkar Vasthu

ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଇଛି। ସେ ବିଦ୍ୟାଦାତ୍ରୀ, ବୁଦ୍ଧି, ସିଦ୍ଧି ଓ ମୁକ୍ତିଦାତ୍ରୀ। ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା। ମା’ ସରସ୍ୱତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର। ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ଗାୟକ, ଲେଖକ ତଥା କବିମାନେ ଉପାସନା କରିଥାନ୍ତି। ବିଦ୍ୟାର ଦେବୀ ଆଦି ଶକ୍ତି ସରସ୍ବତୀଙ୍କ ମହିମାକୁ ନେଇ ସଂସ୍କୃତରେ ରଚିତ ହୋଇଛି ସରସ୍ବତୀରହସ୍ୟ ଉପନିଷଦ।

Pearl dental clinic
Near Ashish Medical Store, Bhawanipatna

ମହାମୁର୍ଖ କାଳିଦାସ ଦେବୀ ସରସ୍ଵତୀଙ୍କ କୃପା ବଳରେ ମହାପଣ୍ଡିତ ହୋଇ ପାରିଥିଲେ। ସରସ୍ୱତୀଙ୍କ ମହିମାକୁ ନେଇ ଅନେକ ଶାସ୍ତ୍ର ପୁରାଣ ମୁଖରିତ ହୋଇଛି। ମତ୍ସ୍ୟ ପୁରାଣରେ କୁହାଯାଇଛି ଯେ, ସମସ୍ତ ବେଦ, ସକଳ ଶାସ୍ତ୍ର, ନୃତ୍ୟ, ଗୀତ ଆଦି ଗାର୍ନ୍ଧବ ବିଦ୍ୟା ହେଉଛି ସରସ୍ବତୀଙ୍କ ସ୍ବରୂପ ଓ ଶକ୍ତି। ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନ ଥାନ୍ତି। ସରସ୍ୱତୀ କଣ୍ଠରେ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି। ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡ଼ିଥାନ୍ତି।

Udyog Nursery
Udyogi Nursery

ଓଡ଼ିଶାରେ ସରସ୍ଵତୀ ଉପାସନା ବହୁ ପ୍ରାଚୀନ। ସର୍ବ ରହସ୍ୟମୟ ଶ୍ରୀମନ୍ଦିରର ମା ଭୁବନେଶ୍ୱରୀ ମନ୍ଦିର ନାଟ ମଣ୍ଡପ ବାମ ପାର୍ଶ୍ୱରେ କାନ୍ଥକୁ ଲାଗି ଏକ ସ୍ୱତନ୍ତ୍ର କ୍ଷୁଦ୍ର ମନ୍ଦିର ମଧ୍ୟରେ ମା ସରସ୍ବତୀ ହଂସ ବାହନ ଉପରେ ବିରାଜିତ ହୋଇଛନ୍ତି। ପ୍ରାୟ ଏକ ଫୁଟ  ଉଚ୍ଚତାରେ ମା ସରସ୍ବତୀ  ବିରାଜି। ସେ ଦୁଇ ଭୁଜା ଅଟନ୍ତି।  ମା ଦୁଇ ହସ୍ତରେ ବୀଣା ଧାରଣ କରିଛନ୍ତି। ଦେବୀ ସରସ୍ବତୀ ପୂର୍ବାଭିମୁଖୀ ହୋଇ ବିରାଜମାନ କରିଛନ୍ତି। ତାଙ୍କ ଡାହାଣ ପାର୍ଶ୍ଵରେ ଏକ ଫୁଟ ଉଚ୍ଚତା ବିଶିଷ୍ଟ ନୃସିଂହ ମୂର୍ତ୍ତି ବିରାଜିତ ଅଛନ୍ତି। ମା ସରସ୍ବତୀଙ୍କ ଦୈନିକ ପୂଜା ନୀତି ପ୍ରତିହାରୀ, ଖୁଣ୍ଟିଆ ଓ ପଣ୍ଡା ସେବକ ମାନଙ୍କ ଉପରେ ନ୍ୟସ୍ତ ହୋଇଛି। ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ସେବା ବେଢା ପତ୍ରରେ ଥିବା ସମସ୍ତ ସେବାୟତଙ୍କ ବଂଶଧରମାନେ ବର୍ତ୍ତମାନ ସେବା କରୁଛନ୍ତି। ମା ସରସ୍ବତୀଙ୍କ ଦୈନିକ ନୀତି ହିସାବରେ ମଜଣା, ସ୍ନାନ, ବେଶ, ବଲ୍ଳଭ ଭୋଗ, ସକାଳ ଧୂପରେ ଖେଚୁଡ଼ି ଭୋଗ ବ୍ୟତୀତ କୋଠରୁ ଦୁଇଟି ମାଠପୁଳି ଆସିଥାଏ। ପ୍ରତିଦିନ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଫୁଲ ମାଳ ଆସି ମା ସରସ୍ବତୀଙ୍କୁ ଲାଗି କରାଯାଏ। ଧୂପର ଖେଚୁଡ଼ି ଭୋଗ ମଧ୍ୟ ପ୍ରଭୂଙ୍କ ନିକଟରୁ ଆସି ସମର୍ପଣ କରାଯାଏ। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ, ଯାହାକି ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ଭାବରେ କଥିତ ହୁଏ। ସେହି ଦିନ ଏଠାରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ।

ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ, ଯାହାକି ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ  ଦିନ ଦେଉଳ କରଣ ଓ ତଡଉ କରଣମାନଙ୍କର ଦାୟିତ୍ୱରେ ଥିବା ସମସ୍ତ ତାଳପତ୍ର ରଚିତ ମାଦଳା ପଞ୍ଜିକା ଅଣାଯାଇ ମା ସରସ୍ବତୀଙ୍କ ସମୀପରେ ଭଦ୍ରାସନ (ମୁଲିଆ ସୁଆଁଶିଆ ପ୍ରଦତ୍ତ) ଉପରେ ଲୌହ ଲେଖନୀ ସହ ରଖି ସ୍ୱତନ୍ତ୍ର ପୂଜା କରାଯାଏ। ଏହି ଦିନ ମା ସରସ୍ବତୀଙ୍କର ସନ୍ଧ୍ୟା ଧୂପ ପରେ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ୨୨ ଗୋଟି ନଡ଼ିଆ ଭଙ୍ଗାଯାଏ। ଏହା ବ୍ୟତୀତ ପଞ୍ଚ ଉପଚାରରେ ଶୀତଳ ଭୋଗ ଲାଗି ଓ ବନ୍ଦାପନା ନୀତି ଅନୁଷ୍ଠିତ ହୁଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.