କବିତା: ବାକ୍ୟଦେବୀ ନମସ୍ତୁତେ

ବନ୍ଦେ ବୀଣାପାଣି ମରାଳ ବାହନୀ
ବନ୍ଦେ ମା କଲ୍ୟାଣମୟୀ।
ବନ୍ଦେ ମା ଶାରଦା ବନ୍ଦେ ମହାବିଦ୍ୟା
ବନ୍ଦେ ମା ବିଦ୍ୟା ପ୍ରଦାୟୀ।।
ବନ୍ଦେ ସରସ୍ଵତୀ ଦେବୀ ଭଗବତୀ
ବନ୍ଦେ ମା ବିଶ୍ଵ ଜନନୀ।
ବନ୍ଦେ ମା ବରଦେ ବିଦ୍ୟା ବିଶାରଦେ
କାବ୍ୟ କଳା ଠାକୁରାଣୀ।।

ବନ୍ଦେ ମା ବାଗ୍ଦେବୀ ବନ୍ଦେ ମହାଦେବୀ
ବନ୍ଦେ ବାକ୍ୟ ପ୍ରଦାୟିନୀ।
ବନ୍ଦେ ପଦ୍ମାସନୀ ତୁଷାର ବରଣୀ
ବୀଣା ପୁସ୍ତକ ଧାରିଣୀ।।
ବନ୍ଦେ ମାଆ ବାଣୀ କବିଙ୍କ ଜନନୀ
ବନ୍ଦେ ବିଷ୍ଣୁ ମନୋରମା।
ବନ୍ଦେ ବିଦ୍ୟାଦେବୀ ପରମ ବୈଷ୍ଣବୀ
ବନ୍ଦେ ମାଆ ଶ୍ଵେତପଦ୍ମା।।

ବନ୍ଦେ ମା ଭାରତୀ ଅତି ଦୟାବତୀ
ବନ୍ଦେ ମା ବେଦ ବାଦିନୀ।
ଗାୟତ୍ରୀ ସାବିତ୍ରୀ ମାଆ ବିଶ୍ଵଦ୍ଧାତ୍ରୀ
ଖିଳ ରାଣୀ ଠାକୁରାଣୀ।।

ତୋର ଦୟାବଳେ ମାଆ ଅବହେଳେ
ପଥର ଭାସଇ ଜଳେ।
ଗଜ ମୂର୍ଖ ହେଳେ ପଣ୍ଡିତ ବୋଲାଏ
ଯଥା ଶାରଳା ଉତ୍କଳେ।।

ଦୂବ ହୋଇ ଦାରୁ ଗିରି ହୋଇ ମେରୁ
କୃପାବଳେ ତୋର ମାଆ।
ମାଆ ବରାନନୀ କମଳ ଲୋଚନୀ
ସଦା ହୋଇଥିବୁ ସାହା।।
ତୋ ପାଦେ ଶରଣ ପଶୁଛି ଅଜ୍ଞାନ
ଦୟା ରାଖିଥିବୁ ମୋତେ।
ଦିଅ ସୁଦ୍ଧ ବାଣୀ ମାଆ ବୀଣାପାଣି
ବାକ୍ୟଦେବୀ ନମସ୍ତୁତେ।।

ଅର୍ଜୁନୀ ଚରଣ ବେହେରା
ମୋ -7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.