ସରସ୍ବତୀ ପୂଜା ଓ ଅଷ୍ଟପ୍ରହର ନାମ ଯଜ୍ଞ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ପଞ୍ଚାୟତ ଅଧିନସ୍ଥ ଭାଟି ଗାଁରେ ଦୀର୍ଘ ୨୫ ବର୍ଷ ହେବ ମହା ଆଡମ୍ବରେ ସରସ୍ବତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ସରସ୍ବତୀ ପୂଜା ଉପଲକ୍ଷେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସରସ୍ବତୀ ପୂଜା ଓ ଅଷ୍ଟ ପ୍ରହର ନାମ ଯଜ୍ଞ ପାଇଁ ଗୁରୁବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଘଣ୍ଟ ଶଙ୍ଖ ବଜାଇ ହୁଳହୁଳି ଦେଇ ଭଜନ କୀର୍ତ୍ତନ ସହ ଗ୍ରାମର ନଦୀ କୁ ଯାଇ ୧୦୮ ଜଳପୂର୍ଣ୍ଣ କଳସ ଆଣି  ପୂଜା ବେଦୀରେ ସ୍ଥାପନ କରିଥିଲେ। ଏହି ଅଷ୍ଟ ପ୍ରହର ନାମ ଯଜ୍ଞ ର କର୍ତ୍ତା ଭାବେ ଗ୍ରାମର ହରେଶ୍ୱର ଗହୀର ଓ ତାଙ୍କ ସ୍ବଧର୍ମିଣୀ ଅମ୍ବିକା ଗହୀର ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଲଳିତ ମୋହନ ଦାସ ଦାଇତ୍ୱ ନିର୍ବାହ କରୁଛନ୍ତି। ଅଷ୍ଟ ପ୍ରହର ନାମ ଯଜ୍ଞ କମିଟିର ସଭାପତି ଜୟ ଶଙ୍କର ଝାଙ୍କର ଓ ସମ୍ପାଦକ ଉଦ୍ଧବ ରଣା ଏବଂ ସରସ୍ବତୀ ସାଂସ୍କୃତିକ ଅନୁଷ୍ଠାନ କମିଟିର ସଭାପତି ଧବଳେଶ୍ୱର ଝାଙ୍କର, ସମ୍ପାଦକ ବବ୍ରୁବାହାନ ଲହଜଳ, କୋଷାଧକ୍ଷ, ସୁବୋଧ ରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ବବୀନ୍ଦ୍ର ମାଝୀ, ହିତେଶ, ନିରଞ୍ଜନ, ଚିନ୍ମୟ, ଅବତାର, ଗୁଡ଼ୁ, ଅକ୍ଷୟ, ପ୍ରେମଧଜ, ଆଶିଷ, ଜଗା, ଟିଟୁ, କୁନୁ, ଓମ ବିଶେଷ  ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.